ଆଜି ରାଜ୍ୟର ୧୨ ଜିଲ୍ଲାକୁ ବର୍ଷା ସତର୍କତା

Share this :

ଆଜିଠୁ ରାଜ୍ୟର ଅଧିକାଂଶ ସ୍ଥାନରେ ବର୍ଷା ହେବାର ଆକଳନ କରିଛି ପାଣିପାଗ ବିଭାଗ । ପଶ୍ଚିମାଝଡ଼ ପ୍ରଭାବରେ କାଲିଠୁ ପାଗ ମେଘୁଆ ରହିଥିବାବେଳେ ଆଜିଠୁ ବର୍ଷା ହେବା ସହ ୪୦ରୁ ୫୦ କିମି ବେଗରେ ପବନ ବି ବହିବ । ଏଭଳି ପାଗ ୧୮ ତାରିଖ ଯାଏଁ ଲାଗି ରହିବ ବୋଲି ପାଣିପାଗ ବିଭାଗ ଆକଳନ କରିଛି ।ଉତ୍ତର ଉପକୂଳ ରାଜ୍ୟରେ ଘଡଘଡି ବିଜୁଳି ସହିତ ବର୍ଷା ହେବ । ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶାର ୧୨ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି ହୋଇଛି । ମଙ୍ଗଳବାଠାରୁ ରାଜ୍ୟରେ ପଶ୍ଚିମା ଝଡ଼ର ପ୍ରଭାବ ଆରମ୍ଭ ହୋଇଥିବା ବେଳେ ନୟାଗଡ଼, କଳାହାଣ୍ଡି ସମେତ କିଛି ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ହୋଇଛି ।

Dailyhunt

ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ ବୁଧବାର ରାଜ୍ୟର ଦାରିଙ୍ଗବାଡ଼ି, ଭବାନୀପାଟଣା ଓ ବାଲେଶ୍ୱର ଆଦିରେ ହାଲୁକା ବର୍ଷା ହୋଇଛି। ତେବେ ଗୁରୁବାର ବର୍ଷାର ପ୍ରକୋପ ବୃଦ୍ଧି ପାଇବାକୁ ଥିବା ବେଳେ କୋରାପୁଟ, ମାଲକାନଗିରି, ନବରଙ୍ଗପୁର, ରାୟଗଡ଼ା, କଳାହାଣ୍ଡି, କନ୍ଧମାଳ, ବୌଦ୍ଧ, ଅନୁଗୁଳ, ଦେବଗଡ଼, ସୁନ୍ଦରଗଡ଼, କେନ୍ଦୁଝର ଓ ମୟୂରଭଞ୍ଜ ଆଦିରେ ବିଜୁଳି ଘଡ଼ଘଡ଼ ସହିତ ବର୍ଷା ହେବ। ଏହାକୁ ଦୃଷ୍ଟିରେ ରଖି ପାଣିପାଗ କେନ୍ଦ୍ର ପକ୍ଷରୁ ଏହି ଜିଲ୍ଲାଗୁଡ଼ିକ ପାଇଁ ୟେଲୋ ଆଲର୍ଟ ଜାରି କରାଯାଇଛି। ଆଜିଠାରୁ ପଶ୍ଚିମା ଝଡ଼ର ପ୍ରଭାବ ଅଧିକ ରହିବ । ସେଥିଲାଗି ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶାର ସମସ୍ତ ଜିଲ୍ଲାକୁ ୱାର୍ଣ୍ଣିଂ ଜାରି ହୋଇଛି। ୧୭ତାରିଖରୁ ବର୍ଷାର ବିସ୍ତୃତି ବଢ଼ିବ ।ପାଣିପାଗ କେନ୍ଦ୍ରର ତଥ୍ୟ ଅନୁସାରେ ଜାନୁଆରୀ ମାସରେ ରାଜ୍ୟରେ ୧୦.୬ ମିମି ବର୍ଷା ହେବା କଥା। ଏହି ପରିମାଣରେ ବର୍ଷା ହେଲେ ଏହାକୁ ସ୍ୱାଭାବିକ ବୋଲି ବିବେଚନା କରାଯାଏ। ହେଲେ ଚଳିତ ବର୍ଷ ଜାନୁଆରୀରେ ରାଜ୍ୟରେ ମାତ୍ର ୦.୧ ମିମି ବର୍ଷା ହୋଇଛି। ଯାହାକି ସ୍ୱାଭାବିକ ତୁଳନାରେ ୯୯ ପ୍ରତିଶତ କମ୍‌‌ ରହିଛି। ସେହିପରି ଫେବୃଆରୀରେ ସ୍ୱାଭାବିକ ଭାବେ ୨୫.୨ ମିମି ବର୍ଷା ହେବାକୁ ଥିବା ବେଳେ ୦.୧ ମିମି ସହ ଫେବୃଆରୀରେ ମଧ୍ୟ ୯୯ ପ୍ରତିଶତ କମ୍‌‌ ବର୍ଷା ହୋଇଛି। ମାର୍ଚ୍ଚରେ ବର୍ତ୍ତମାନ ସୁଦ୍ଧା ୯୫ ପ୍ରତିଶତ କମ୍‌‌ ବର୍ଷା ହୋଇଥିବା ବେଳେ ପଶ୍ଚିମା ଝଡ଼ ଯୋଗୁଁ ବର୍ଷାର ପରିମାଣ ସ୍ୱାଭାବିକ ହୋଇପାରେ ବୋଲି ଆଶା କରାଯାଉଛି। ଅନ୍ୟଟେ ବିଜୁଳି ଘଡ଼ଘଡ଼ି ଓ ପବନର ବେଗ ଅଧିକ ହେବା ନେଇ ପାଣିପାଗ କେନ୍ଦ୍ର ସତର୍କ କରାଇବା ପରେ ରାଜ୍ୟର ସମସ୍ତ ଜିଲ୍ଲାପାଳଙ୍କୁ ଏସ୍‌‌ଆରସିଙ୍କ କାର୍ଯ୍ୟାଳୟ ଆଲର୍ଟ କରିଛି। ମୁଖ୍ୟତଃ ୟେଲୋ ଆଲର୍ଟ ଜାରି କରାଯାଇଥିବା ଜିଲ୍ଲାଲ ଜିଲ୍ଲାପାଳମାନଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି।

Share this :

Leave a Reply

Your email address will not be published. Required fields are marked *