ଆଜି ହେଉଛି ବିଶ୍ୱ କର୍କଟ ଦିବସ

Share this :

ଆଜି ହେଉଛି ବିଶ୍ୱ କର୍କଟ ଦିବସ । କେବଳ ରାଜ୍ୟ ନୁହେଁ ସାରା ଦେଶରେ ମାରାତ୍ମକ ରୋଗ ସାଜିଛି କର୍କଟ । ହୃଦ୍‌ରୋଗ ଓ ଦୁର୍ଘଟଣା ପରେ ଏବେ ପ୍ରମୁଖ ରୋଗ ଭାବେ ଉଭା ହୋଇଛି କର୍କଟ ରୋଗ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଅନୁସାରେ ବିଶ୍ୱରେ ସର୍ବାଧିକ ପ୍ରତି ୬ ଜଣରେ ଜଣେ କ୍ୟାନସରରେ ଆକ୍ରାନ୍ତ ହେଉଛନ୍ତି  ।

ଓଡ଼ିଶାରେ ବର୍ଷକୁ ପ୍ରାୟ ୪୦ ହଜାର ନୂଆ କର୍କଟ ରୋଗୀ ଚିହ୍ନଟ ହେଉଥିବା ବେଳେ ସେମାନଙ୍କ ମଧ୍ୟରୁ ୧୮ ହଜାର ପ୍ରାଣ ହରାଉଛନ୍ତି। ପୂର୍ବରୁ ମୁଖ ଗହ୍ବର କର୍କଟ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଉଥିବାବେଳେ ଏବେ ମହିଳାଙ୍କୁ ଗ୍ରାସ କରୁଛି ସ୍ତନ କର୍କଟ । ଏହାସହିତ ଜରାୟୁ କର୍କଟ ମଧ୍ୟ ଭୟ ସୃଷ୍ଟି କରୁଛି। ତେବେ ରାଜ୍ୟରେ ଯଦିଓ ଚିକିତ୍ସା ପ୍ରାଣାଳୀରେ ସୁଧାର ଆସିଛି ତଥାପି କର୍କଟ ଚିକିତ୍ସା କେନ୍ଦ୍ର, ଭିତ୍ତିଭୂମି ଏବଂ ଡାକ୍ତରଙ୍କର ସଂଖ୍ୟା ଅଭାବ ରହିଛି।

ତେବେ ଏହି ରୋଗ ସମ୍ପର୍କରେ ଲୋକଙ୍କୁ ସଚେତନତା କରିବା ଉଦ୍ଦେଶ୍ୟରେ ପ୍ରତିବର୍ଷ ଫେବ୍ରୁଆରୀ ୪ ତାରିଖରେ ପାଳିତ ହେଉଛି ବିଶ୍ୱ କ୍ୟାନସର ଦିବସ । ଏହି ମାରାତ୍ମକ ରୋଗକୁ ନେଇ ଲୋକମାନଙ୍କ ମଧ୍ୟରେ ଏହାକୁ ନେଇ ଅନେକ ଭୁଲ ଧାରଣା ରହିଛି । ଯାହାକୁ ଦୂରେଇବା ପାଇଁ ପ୍ରତିବର୍ଷ ଫେବ୍ରୁଆରୀ ୪ ତାରିଖକୁ ବିଶ୍ୱ କ୍ୟାନସର ଦିବସ ପାଳନ କରାଯାଇ ଲୋକଙ୍କ ଭୂଲ ଧାରଣାକୁ ଦୂରିଭୂତ କରିପାରିବ ।

Share this :

Leave a Reply

Your email address will not be published. Required fields are marked *