ଇନ୍ଦୋରରେ ମଧ୍ୟ ସ୍ପିନରଙ୍କ ବିପକ୍ଷରେ ଆକ୍ରମଣାତ୍ମକ ଖେଳିବି: ହେଡ୍‌

Share this :

ଇନ୍ଦୋରରେ ମାର୍ଚ୍ଚ ୧ ତାରିଖରୁ ଆରମ୍ଭ ହେଉଥିବା ତୃତୀୟ ଟେଷ୍ଟ୍‌ରେ ଭାରତୀୟ ସ୍ପିନରଙ୍କ ବିପକ୍ଷରେ ଆକ୍ରମଣାତ୍ମକ ଖେଳ ଜାରି ରଖିବେ ବୋଲି ଚେତାଇ ଦେଇଛନ୍ତି ଅଷ୍ଟ୍ରେଲିଆ ଓପ୍‌ନର ଟ୍ରାଭିସ୍‌ ହେଡ୍‌। ନାଗପୁର ଟେଷ୍ଟରେ ହେଡ୍‌ ଅଷ୍ଟ୍ରେଲିଆ ଏକାଦଶରେ ସ୍ଥାନ ପାଇନଥିଲେ। କିନ୍ତୁ ଡେଭିଡ୍‌ ୱାର୍ଣ୍ଣର ଆହତ ଯୋଗୁଁ ଘରକୁ ଫେରିଯାଇଥିବାରୁ ଇନ୍ଦୋରରେ ଉସ୍ମାନ୍‌ ଖୱାଜାଙ୍କ ସହ ହେଡ୍‌ ପାଳି ଆରମ୍ଭ କରିବେ। ହେଡ୍‌ ଟେଷ୍ଟ ଜୀବନରେ ପ୍ରଥମ ଥର ଦିଲ୍ଲୀରେ ପାଳି ଆରମ୍ଭ କରିଥିଲେ। ଯଦିଓ ଦଳକୁ ପରାଜୟରୁ ସେ ଉଦ୍ଧାର କରିପାରିନଥିଲେ, କିନ୍ତୁ ଦ୍ବିତୀୟ ଦିନ ଖେଳରେ ଭାରତୀୟ ସ୍ପିନରଙ୍କୁ ପ୍ରହାର କରି ଚାପରେ ରଖିବାରେ ସଫଳ ହୋଇଥିଲେ। କିନ୍ତୁ ତୃତୀୟ ଦିନ ତାଙ୍କ ୱିକେଟ୍‌ ଚାଲିଯିବା ପରେ ଅଷ୍ଟ୍ରେଲିଆ ପାଳି ଭୁଶୁଡ଼ି ଯାଇଥିଲା। ତଥାପି ଏହି ପାଳି ଦ୍ବାରା ହେଡ୍‌ ଅନେକ ଆତ୍ମବିଶ୍ବାସ ଫେରି ପାଇଥିଲେ।All-rounder Cameron Green replaces injured Josh Inglis in Australia's T20 World Cup squad | PlanetSport

ତାଙ୍କ ମତରେ ଭାରତୀୟ ଦଳରେ ଅନେକ ଦକ୍ଷ ସ୍ପିନର ଅଛନ୍ତି। ଏହାସତ୍ତ୍ବେ ବଲ୍‌କୁ ଭଲ ଭାବେ ପରଖି ଖେଳିବାକୁ ପଡ଼ିଥିଲା। ଏଠାକୁ ଆସିବା ପୂର୍ବରୁ ଏହାଉପରେ ଅଭ୍ୟାସ କରିଥିବାରୁ ବଲ୍‌ର ଲେନ୍ଥକୁ ଧରିବାରେ ସୁବିଧା ହୋଇଥିଲା। ହେଲେ ଅଷ୍ଟ୍ରେଲିଆ ଏବେ ୦-୨ରେ ପଛରେ ପଡ଼ିଯାଇଥିବାରୁ ଦଳକୁ ପ୍ରତ୍ୟାବର୍ତ୍ତନ କରିବା ବଡ଼ ଆହ୍ବାନ ହେବ। ଆସନ୍ତା ଦୁଇ ସପ୍ତାହ ପ୍ରତ୍ୟେକ ଖେଳାଳିଙ୍କ ପାଇଁ ଗୁରୁତ୍ବପୂର୍ଣ୍ଣ ରହିବ। ଘରୋଇ ଦର୍ଶକଙ୍କ ଆଗରେ ଭାରତକୁ ହରାଇବା ସହଜ ନୁହେଁ, ତଥାପି ଆମେ ଚାପରେ ରଖିବାକୁ ଚେଷ୍ଟା କରିବୁ ବୋଲି ହେଡ୍‌ କହିଛନ୍ତି। ପ୍ୟାଟ୍‌ କମିନ୍ସଙ୍କ ପାଇଁ ମଧ୍ୟ ସେ ଦୁଃଖ ପ୍ରକାଶ କରିବା ସହିତ ଏବେ ଖେଳିବା ଅପେକ୍ଷା ନିଜ ଅସୁସ୍ଥ ମା’ଙ୍କ ପାଖରେ ରହିବା ନିହାତି ଜରୁରୀ। ଦଳ ଭିତରେ ଏକତା ରହିଛି। ତେଣୁ ଏଭଳି ସମୟରେ ଏକାଧିକ ଖେଳାଳି କମିନ୍ସଙ୍କୁ ଭେଟି ତାଙ୍କ ମାକ୍ଷଙ୍କ ସ୍ବାସ୍ଥ୍ୟାବସ୍ଥା ବୁଝୁଛନ୍ତି। କମିନ୍ସଙ୍କ ସହ ସବୁକିଛି ଠିକ୍‌ଠାକ୍‌ ଚାଲୁ ବୋଲି ହେଡ୍‌ ପ୍ରାର୍ଥନା କରିଛନ୍ତି।

Share this :

Leave a Reply

Your email address will not be published. Required fields are marked *