ଆବଶ୍ୟକ ସାମଗ୍ରୀ
- ଚିକେନ୍
- ଦହି
- ଲାଲ ଲଙ୍କା ପାଉଡର
- ହଳଦି ପାଉଡର
- ଲେମ୍ବୁ ରସ
- ଅଦା-ରସୁଣ ପେଷ୍ଟ
- ଗରମ ମସଲା
- ସ୍ୱାଦାନୁସାରେ ଲୁଣ
- ତେଲ
ପ୍ରସ୍ତୁତି ପ୍ରଣାଳୀ:
ସର୍ବପ୍ରଥମେ ଚିକେନକୁ ଭଲଭାବେ ଧୋଇ ଦିଅନ୍ତୁ।ଏବେ ଏକ ପାତ୍ରରେ ସମସ୍ତ ମସଲାକୁ ମିଶାଇ ଭଲଭାବେ ହାତ ସାହାଯ୍ୟରେ ମିକ୍ସ କରନ୍ତୁ।ମସଲାକୁ ଭଲଭାବେ ମିଶାଇଦେବା ପରେ ଚିକେନକଚ ୧୫ ମିନିଟ୍ ପାଇଁ ମ୍ୟାରିନେଟ୍ ପାଇଁ ରଖି ଦିଅନ୍ତୁ।ଏବେ ଗ୍ରିଲରରେ ଚିକେନେକୁ ୩୫୦ ଡିଗ୍ର୍ରୀ ସେଲସିୟସରେ ୧୫ ମିନିଟ୍ ଗ୍ରିଲ୍ କରନ୍ତୁ।ଏବେ ପ୍ରସ୍ତୁତ ହୋଇଗଲା ଆପଣଙ୍କର ଗ୍ରୀଲଡ୍ ଚିକେନ।ଏହା ଉପରେ କଟା ଧନିଆ ପତ୍ର, ଚାଟ ମସଲା ଏବଂ ଲେମ୍ବୁ ରସ ପକାଇ ଚାଖନ୍ତୁ।ଦେଖିବେ ମଜା ପୂରା ଅଲଗା ପ୍ରକାର ଲାଗିବ।