ଆବଶ୍ୟକ ସାମଗ୍ରୀ : ସିଝା ଆଳୁ ,ପିଆଜ ,ଟମାଟୋ ,କଞ୍ଚା ଲଙ୍କା ,ଲୁଣ , ହଳଦୀ ଗୁଣ୍ଡ , ଲଙ୍କା ଗୁଣ୍ଡ , ଗରମ ମସଲା ,ସୋରିଷ ,ଜିରା , ଶୁଖିଲା ଲଙ୍କା , ଭୃସଙ୍ଗ ପତ୍ର ।
ପ୍ରସ୍ତୁତି ପ୍ରଣାଳୀ:
ପ୍ରଥମେ ଗ୍ୟାସରେ କଢ଼ାଇ ବସାଇ ସେଥିରେ ତେଲ ଗରମ କରିବା ତେଲ ଭଲ ଭାବରେ ଗରମ ହେଲା ପରେ ଏବେ ସୋରିଷ , ଜିରା , ଭୃସଙ୍ଗ ପତ୍ର,ଶୁଖିଲା ଲଙ୍କା ସେଥିରେ ପକାଇବା ତାପରେ ସେଥିରେ କଞ୍ଚା ଲଙ୍କା ଦେଇଦେବା ଏ ସବୁକୁ ହାଲକା ଟିକେ ଭାଜିନେବା ଗ୍ୟାସର ଫ୍ଲେମକୁ ଲୋ ହିଁ ରଖିବା । ଏବେ ଏଥିରେ କଟା ହୋଇଥିବା ପିଆଜ କୁ ପକାଇ ପିଆଜ ର କଲର ଚେଞ୍ଜ ହବା ପର୍ଯ୍ୟନ୍ତ ପିଆଜ କୁ ଆମେ ଫ୍ରାଏ କରିବା ।ଏବେ ପିଆଜ ସଫ୍ଟ ହେଲା ପରେ ଆମେ ସେଥିରେ ହଳଦୀ ଗୁଣ୍ଡ ଦେଇଦେବା , ଲଙ୍କା ଗୁଣ୍ଡ ଦେଇଦେବା । ଏବେ ଲୋ ଫ୍ଲେମରେ ହାଲକା ଟିକେ ଭାଜିଦେବା , ଏବେ ସେଥିରେ କଟା ଟମାଟୋ ଦେଇଦେବା ଭଲ ଭାବରେ ମିକ୍ସ କରିନେବା । ଏବେ ଏଥିରେ ସ୍ୱାଦ ଅନୁସାରେ ଲୁଣକୁ ଦେଇଦେବା ଏସବୁକୁ ଭଲ ଭାବରେ ମିକ୍ସ କରିନେବା । ଯଦି ଆପଣମାନଙ୍କୁ ଟମାଟୋ ଭଲ ଲାଗେନି ଆପଣମାନେ ଚାହିଁଲେ ନପକାଇପାରିବେ।ଏବେ ଟମାଟୋ ସଫ୍ଟ ହେଲା ପରେ ସେଥିରେ ଅଳ୍ପ ଟିକେ ଗରମ ମସଲା ଦେଇଦେବା ଏହାଦ୍ୱାରା ଆଳୁ ଭର୍ତ୍ତାର ଟେଷ୍ଟ ବହୁତ ବଢିଆ ଆସିବ ।ଏବେ ଟମାଟୋ ପିଆଜ ଭଲଭାବରେ ମିକ୍ସ ହେଇଗଲାପରେ ଏଥିରେ ଆଳୁ କୁ ଦେଇଦେବା ତାକୁ ଭଲ ଭାବରେ ଚକଟି ନବା ମସଲା ସହିତ ଆଳୁ ଯେମିତି ମିଶିଯିବ।ଦେଖନ୍ତୁ ପ୍ରସ୍ତୁତ ହେଇଗଲା ଆଳୁ ଭର୍ତ୍ତା ଏହି ଆଳୁ ଭର୍ତ୍ତା ତିଆରି କରିବା ବହୁତ ସହଜ ଏଇଟା ପଖାଳ ଭାତ ସହିତ ଖାଇବା ପାଇଁ ବହୁତ ସୁଆଦିଆ ଲାଗିଥାଏ ଆଉ କମ ସମୟ ରେ ବି ହେଇଯାଏ ।