ଓଡିଶା ଆସିବେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା, ଧାମନଗରରେ କରିବେ ବିଶାଳ ଜନସଭା

Share this :

ଓଡିଶା ଆସିବେ ବିଜେପି ଚାଣକ୍ୟ ତଥା କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା । ଆସନ୍ତା ମାର୍ଚ୍ଚ ୨୬ ତାରିଖରେ ଦିନିକିଆ ଓଡିଶା ଗସ୍ତରେ ଆସୁଛନ୍ତି ଶାହା । ଏନେଇ ଶନିବାର ସୂଚନା ଦେଇଛନ୍ତି ରାଜ୍ୟ ବିଜେପିର ସାଧାରଣ ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାର ।

NE set to be biggest contributor to GDP' | Guwahati News - Times of India

ସୂଚନା ମୁତାବକ, ମାର୍ଚ୍ଚ ୨୬ ତାରିଖରେ ଶାହା ଓଡିଶା ଗସ୍ତରେ ଆସିବେ । ପ୍ରଥମେ ଭଦ୍ରକ ଜିଲ୍ଲା ଆରଡି ଠାରେ ବାବା ଆଖଣ୍ଡଳମଣୀଙ୍କ ଦର୍ଶନ କରିବେ କେନ୍ଦ୍ର ଗୃହ ମନ୍ତ୍ରୀ । ଏହାପରେ ଧାମନଗର ବିଧାନସବା ନିର୍ବାଚନମଣ୍ଡଳୀର ସାଆଁଳପୁର ପଡିଆରେ ବିରାଟ ସାଧାରଣ ସଭା କରିବା ସହିତ ସେଠାରେ କାର୍ଯ୍ୟକର୍ତ୍ତାଙ୍କୁ ସମ୍ବୋଧିତ କରିବେ ଶାହା । ସେଠାରେ ବିଜେପିର କର୍ମୀମାନଙ୍କୁ ଭେଟିବା ସହିତ ସେମାନଙ୍କୁ ଗୁରୁମନ୍ତ୍ର ଦେବେ ଗୃହମନ୍ତ୍ରୀ ।

ଅମିତ ଶାହା ଯୋଗଦେବାକୁ ଥିବା ଏହି ଜନସଭାରେ ୫୦ ହଜାରରୁ ଅଧିକ କର୍ମୀ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ଭଦ୍ରକ ଲୋକସଭା ଅନ୍ତର୍ଗତ ୭ଟି ବିଧାନସଭା ନିର୍ବାଚନମଣ୍ଡଳୀର କାର୍ଯ୍ୟକର୍ତ୍ତା ଏହି ଜନସଭାରେ ସାମିଲ ହେବେ ବୋଲି ଲେଖାଶ୍ରୀ ସୂଚନା ଦେଇଛନ୍ତି । ଭଦ୍ରକରେ ଜନସଭା କରିବା ପରେ ଭୁବନେଶ୍ୱରରେ ଦଳର ବରିଷ୍ଠ ନେତାଙ୍କ ସହିତ ଆଲୋଚନା କରିବେ ଶାହା । ଏହାପରେ ସେହିଦିନ ସନ୍ଧ୍ୟାରେ ଶାହା ଦିଲ୍ଲୀ ଫେରିଯିବେ ।

Share this :

Leave a Reply

Your email address will not be published. Required fields are marked *