କାଳବୈଶାଖୀ ତାଣ୍ଡବ: ଉଡ଼ିଲା ୪ ଡଙ୍ଗରିଆଙ୍କ ଘରର ଟିଣ

Share this :

କାଳବୈଶାଖୀର ତାଣ୍ଡବରେ ପାରସାଲିର ୪ ଡଙ୍ଗରିଆଙ୍କ ଘରର ଟିଣ ଉଡେଇ ନେଇ ଯାଇଥିବା ଦେଖିବାକୁ ମିଳିଛି। ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ପାରସାଲି ପଞ୍ଚାୟତରେ ରବିବାର ରାତିରେ ଲଗାଣ ବର୍ଷା ସାଙ୍ଗକୁ ଜୋରରେ ପବନ ହୋଇଥିଲା। ଯାହା ଫଳରେ ପାରସାଲି ଗାଁର ୪ଜଣ କାଡ୍ରାକା ସିଟା, ସିକକା ଲତଖ, କରିସିକା ବାଡ଼ି ଓ କାଡ୍ରାକା କୁମୁଟାଡିଙ୍କ ଘରର ଟିଣ ଉଡେଇ ନେଇଯାଇଛି। ସେମାନେ ଘରେ ସାଇତି ରଖିଥିବା ମାଣ୍ଡିଆ, ଖସଲା, ଚାଉଳ, ଜହ୍ନା, ଲୁଗାପଟା ଇତ୍ୟାଦି ଜିନିଷ ନଷ୍ଟ ହୋଇଯାଇଛି।

କାଳବୈଶାଖୀର ତାଣ୍ଡବ ଉଡ଼ିଲା ଛପର ଭାଙ୍ଗିଲା ଘର - Sandhan News

 

ଏହି ଘଟଣା ରାତିରେ ହୋଇଥିବାରୁ ସେମାନେ ନିଜ ନିଜ ଜିନିଷ ବାହାର କରିପାରିନଥିଲେ। ନିଜ ଜୀବନ ବଞ୍ଚାଇବା ପାଇଁ ଗାଁରେ ଥିବା କମ୍ୟୁନିଟି କେନ୍ଦ୍ରରେ ରାତ୍ରୀଯାପନ କରିଥିଲେ । ବର୍ତ୍ତମାନ ଘରକୁ ଯାଇ ନଷ୍ଟ ହୋଇଥିବା ଜିନିଷ ବାହାର କରିଛନ୍ତି। ଏ ସମ୍ପର୍କରେ ପଞ୍ଚାୟତର ସରପଞ୍ଚଙ୍କୁ ଗ୍ରାମବାସୀ ଜଣାଇଥିବା ବେଳେ ରାଜସ୍ୱ ଅଧିକାରୀଙ୍କୁ ଜଣାଇ ନଥିବା କହିଥିଲେ। ଖବର ଲେଖା ହେବା ସୁଦ୍ଧା ପଞ୍ଚାୟତ କି ରାଜସ୍ୱ ପକ୍ଷରୁ କିଛି ଯୋଗାଇ ଦିଆଯାଇନଥିବା କହିଛନ୍ତି।

 

Share this :

Leave a Reply

Your email address will not be published. Required fields are marked *