କେଶରେ ରୂପି ହେବାଠୁ ଆରମ୍ଭ କରି କେଶ ଝଡ଼ିବା ଯାଏଁ, ସମସ୍ତ ସମସ୍ୟା ଦୂର କରିଥାଏ ରାଶି ତେଲ

Share this :

ଆଜି ଆମେ ଆପଣଙ୍କୁ ଏପରି ଏକ ଚମତ୍କାରୀ ଉପାୟ ବିଷୟରେ କହିବୁ ଯାହା ଆପଣଙ୍କ କେଶର ସମସ୍ତ ସମସ୍ୟାକୁ ଭଲ କରିଦେବ। ଏକ ଗବେଷଣାରୁ ଜଣାପଡ଼ିଛି ଯେ ରାଶି ତେଲ ତ୍ୱଚାର ସମସ୍ୟା ଦୂର କରିବା ସହ କେଶ ସମସ୍ୟା ଦୂର କରିଥାଏ। ଏଥିରୁ କେଶକୁ ଭରପୁର ପୋଷଣ ମିଳିଥାଏ। କାରଣ ଏଥିରେ ପର୍ଯ୍ୟାପ୍ତ ପରିମାଣର ଭିଟାମିନ୍ ଇ, ବି କମ୍ପ୍ଲେକ୍ସ, କ୍ୟାଲସିୟମ, ଫସ୍‌ଫରସ୍ ଓ ପ୍ରୋଟିନ ଥାଏ। ଆସନ୍ତୁ ଜାଣିବା ରାଶି ତେଲ ଆମ କେଶର କ’ଣ ଫାଇଦା କରେ।

  • ଯଦି ଆପଣଙ୍କ କେଶ ରୁକ୍ଷ ହୋଇଯାଇଛି ତେବେ ରାଶି ତେଲ ଲଗାଇଲେ ଫାଇଦା ମିଳିବ। ଏହା ଚୁଟିର ମୂଳଠୁ ଅଗ ଯାଏଁ ପୋଷିତ କରିଥାଏ। ଏହାର ବ୍ୟବହାର ଦ୍ୱାରା ଚୁଟିର ରୁକ୍ଷତା କମିବା ସହ ଚମକ ବଢ଼ିଥାଏ।
  • ଯଦି ଆପଣଙ୍କର ଅତ୍ୟଧିକ ଚୁଟି ଝଡ଼ୁଛି ତେବେ ରାଶିତେଲକୁ  ଚୁଟି ମୂଳରେ ଲଗାଇ ମାଲିସ କରନ୍ତୁ। ଏହା ଆପଣଙ୍କ ଚୁଟିକୁ ମଜଭୁତ କରିବ। ଏବା ସହ ସ୍ଟ୍ରେସ୍ କମ କରିଥାଏ। ଫଳରେ ଭଲ ନିଦ ହୋଇଥାଏ।
  • ସ୍କାଲପ୍‌ରେ ରାଶି ତେଲ ମାଲିସ୍ କରିବା ଦ୍ୱାରା ବ୍ଲଡ ସାର୍କୁଲେଶନ ଭଲ ହୋଇଥାଏ। ଫଳରେ ଖୁବ ଶୀଘ୍ର ଚୁଟି ବଢ଼ିଥାଏ।
  • ରାଶି ତେଲ ବ୍ୟବହାର ଦ୍ୱରା ରୂପି ସମସ୍ୟା ସମ୍ପୂର୍ଣ୍ଣ ରୂପେ ବନ୍ଦ ହୋଇଯାଏ। ତେଣୁ ଶୀତ ଦିନେ ଅଲଗା ତେଲ ବଦଳରେ ରାଶି ତେଲ ବ୍ୟବହାର କରନ୍ତୁ।
  • ଯଦି କମ୍‌ ବୟସରୁ ଆପଣଙ୍କ ଚୁଟି ପାଚି ଯାଉଛି, ତେବେ ପ୍ରତି ଦିନ ରାଶିତେଲ ଚୁଟିରେ ମାଲିସ କରନ୍ତୁ। ଏପରି କଲେ ଚୁଟି ପାଚିବା ସମସ୍ୟାରୁ ମୁକ୍ତି ମିଳିବ
Share this :

Leave a Reply

Your email address will not be published. Required fields are marked *