ଖୁବ ସହଜରେ ଘରେ ବନାନ୍ତୁ ସ୍ପେଶାଲ ‘ମେଥି ଚିଙ୍ଗୁଡ଼ି’

Share this :

ଆବଶ୍ୟକ ସାମଗ୍ରୀ: ଚିଙ୍ଗୁଡ଼ି ମାଛ, ଦହି, ଧଳା ଗୋଲମରିଚ ଗୁଣ୍ଡ, ଲେମ୍ବୁ ରସ, ବଟା ରସୁଣ, ଅଦା ପେଷ୍ଟ, କଟା ପିଆଜ, ଜିରା ଗୁଣ୍ଡ, ଲଙ୍କା ଗୁଣ୍ଡ, ଟମାଟୋ ପ୍ୟୁରି, ମେଥି ଶାଗ, ତେଲ ଓ ଲୁଣ। ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ଏକ ପାତ୍ରରେ ଚିଙ୍ଗୁଡ଼ି ମାଛ, ଦହି, […]

 

Ingredients 2 Onion; finely chopped 1 cup Fresh Methi ( Fenugreek) ; choped fine 6 cloves Garlic (m… | Indian food recipes, Indian cooking, Curry chicken recipes

ଆବଶ୍ୟକ ସାମଗ୍ରୀ: ଚିଙ୍ଗୁଡ଼ି ମାଛ, ଦହି, ଧଳା ଗୋଲମରିଚ ଗୁଣ୍ଡ, ଲେମ୍ବୁ ରସ, ବଟା ରସୁଣ, ଅଦା ପେଷ୍ଟ, କଟା ପିଆଜ, ଜିରା ଗୁଣ୍ଡ, ଲଙ୍କା ଗୁଣ୍ଡ, ଟମାଟୋ ପ୍ୟୁରି, ମେଥି ଶାଗ, ତେଲ ଓ ଲୁଣ।

ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ଏକ ପାତ୍ରରେ ଚିଙ୍ଗୁଡ଼ି ମାଛ, ଦହି, ଧଳା ଗୋଲମରିଚ ଗୁଣ୍ଡ, ଅଧା ଚାମଚ ଲୁଣ ଓ ଲେମ୍ବୁ ରସ ପକାଇ ଭଲ ଭାବେ ମିଶାନ୍ତୁ। ଏହାକୁ ମ୍ୟାରିନେଟ୍‌ କରିବା ଲାଗି ୧ ଘଣ୍ଟା ଘୋଡ଼ାଇ ରଖି ଦିଅନ୍ତୁ। ଘଣ୍ଟାଏ ପରେ ଚିଙ୍ଗୁଡ଼ିଗୁଡ଼ିକୁ ତେଲ ଗରମ କରି ଭଲଭାବେ ଭାଜି ଦିଅନ୍ତୁ।

ଏବେ ଏକ କଡ଼େଇରେ ତେଲ ଗରମ କରି ଏଥିରେ  ଅଦା-ରସୁଣ ପେଷ୍ଟ ପକାଇ ୨ ମିନିଟ୍‌ ଯାଏ ଭାଜନ୍ତୁ। ଏବେ  କଟା ପିଆଜ ସହ ଜିରା ଗୁଣ୍ଡ, ଲଙ୍କା ଗୁଣ୍ଡ, ୧ ଚାମଚ ଲୁଣ ପକାଇ ଏହାକୁ ଆହୁରି ଭଲ ଭାବେ ଭାଜନ୍ତୁ। ଏହା ପରେ ଟମାଟୋ ପ୍ୟୁରି ପକାଇ ୫ରୁ ୭ ମିନିଟ୍‌ ଯାଏ ଗୋଳାନ୍ତୁ। ଏବେ ଚୂନା ଚୂନା କଟା ହୋଇଥିବା ମେଥି ଶାଗ ମିଶାନ୍ତୁ ଏବଂ ସେଥିରେ ଭଜା ଚିଙ୍ଗୁଡ଼ି ପକାଇ କଷନ୍ତୁ। ଶାଗ ନରମ ହୋଇଗଲେ ଓ ଚିଙ୍ଗୁଡ଼ି କଷି ହୋଇଗଲେ, ଏଥିରେ ଅଳ୍ପ ପାଣି ଦେଇ ଫୁଟାନ୍ତୁ। ପରେ ଘୋଡ଼ଣୀ ଦେଇ ଏହା ସିଝିବାକୁ ଛାଡ଼ିଦିଅନ୍ତୁ।
ଏବେ ପ୍ରସ୍ତୁତ ହୋଇଗଲା ‘ମେଥି ଚିଙ୍ଗୁଡ଼ି’। ଏହାକୁ ଗରମ ଗରମ ଖାଆନ୍ତୁ।

Share this :

Leave a Reply

Your email address will not be published. Required fields are marked *