ଘରୋଇ ଉପାୟରେ ଏମିତି କରନ୍ତୁ ଲୁଣରେ ର୍ସ୍କବ୍‌

Share this :

ଆମେ ନିଜ ମୁହଁକୁ ସୁନ୍ଦର କରିବାକୁ ବିଭିନ୍ନ ପ୍ରକାରର କସ୍‌ମେଟିକ୍‌ ବ୍ୟବହାର କରିଥାନ୍ତି। ମାତ୍ର ବାସ୍ତବରେ କ’ଣ ମୁହଁ ସୁନ୍ଦର ଦିଶିଥାଏ? କସ୍‌ମଟେିକ୍‌ ପ୍ରଭାବରେ କେବେ ମୁହଁର ଔଜଲ୍ୟତା ବୃଦ୍ଧି ପାଇବାର ଦେଖିଛନ୍ତି? ସେଥିପାଇଁ ତ ବୁଦ୍ଧିମାନ ଲୋକ ନିଜ ଶରୀର ଓ ତ୍ବଚ‌ାର ଯତ୍ନ ଘରୋଇ ଉପାୟରେ ନେବାକୁ ପସନ୍ଦ କରିଥାନ୍ତି।  କସ୍‌ମେଟିକ୍‌ ବ୍ୟବହାର କରି ଆପଣ ହୁଏତ କିଛି ଦିନ ପାଇଁ ମୁହଁକୁ ଠିକ୍‌ କରାଇ ପାରନ୍ତି। ମାତ୍ର ପରବର୍ତ୍ତୀ ମୁହୂର୍ତ୍ତରେ ଏହା ପୁଣି ବାହାରି ମୁହଁକୁ ଅସୁନ୍ଦର କରି ପକାଇଥାଏ। ଏହା ବ୍ୟତୀତ କସ୍‌ମେଟିକ୍‌ଗୁଡ଼ିକ ମହଙ୍ଗା ହେବା ସହିତ ଏଗୁଡ଼ିକର ପାର୍ଶ୍ୱ ପ୍ରଭବ ବି ରହିଛି।କସ୍‌ମେଟିକ୍‌ ନୁହେଁ, ବାସ୍ତବ ସୌନ୍ଦର୍ଯ୍ୟ ମିଳେ ଘରୋଇ ଉପାୟରେ; ଏମିତି କରନ୍ତୁ ଲୁଣରେ ର୍ସ୍କବ୍‌ – Sambad

ଉଭୟ ମହିଳା ଓ ପୁରୁଷ କ୍ଷେତ୍ରରେ ବ୍ରଣ ଏକ ସାଧାରଣ ସମସ୍ୟା। ବ୍ରଣ ଯେ ଖାଲ ଅସୁନ୍ଦର ଦିଶେ ସେମିତି ନୁହେଁ, ବରଂ ମୁହଁକୁ ଦରଜ ବି କରି ଦେଇଥାଏ। ସବୁଠାରୁ ବଡ଼ କଥା ହେଲା ବ୍ରଣ ଭଳ ହେବା ପରେ ବି ମୁହଁରୁ ଦାଗଗୁଡ଼ିକ ସହଜରେ ଯାଏନାହିଁ। ଯାହା ସୌନ୍ଦର୍ଯ୍ୟକୁ ପୂରାପୂରି ଭାବେ ବିଗାଡ଼ି ଦେଇଥାଏ। ଆପଣଙ୍କ ମନରେ ଏଇ କଥା କେତେ ଥର ଆସିଥିବା ଯେ ଏମିତି କିି ଉପାୟ ମିଳନ୍ତା କି ଯାହା ଦ୍ୱାରା ବ୍ରଣ ଜମା ମୁହଁରେ ଉଠନ୍ତା ନାହିଁ। ଆପଣ ଜାଣି ରଖନ୍ତୁ ଯେ ସେମିତି ଉପାୟଟିଏ ନିଶ୍ଚୟ ଅଛି।

ଗୋଟାଏ କାଚ ପାତ୍ରରେ କିଛି ଲୁଣ ନିଅନ୍ତୁ। ସେଥିରେ କିଛି ମହୁ ମିଶାଇ ଏକ ପେଷ୍ଟ୍‍ ପ୍ରସ୍ତୁତ କରନ୍ତୁ। ସେହି ପେଷ୍ଟ୍‍କୁ ମୁହଁ ଧୋଇ ପରିଷ୍କାର କରି ଲେପ ଦିଅନ୍ତୁ। ତାହାକୁ ୧୦-୧୫ ମିନିଟ୍‌ ମୁହଁରେ ରଖନ୍ତୁ। ତା’ପରେ ହାତକୁ ଟିକେ ଓଦା କରି ମୁହଁକୁ ଟିକେ ସମୟ ର୍ସ୍କବ କରନ୍ତୁ। ତା’ ପରେ ସାଧା ପାଣିରେ ମୁହଁ ଧୋଇ ଦିଅନ୍ତୁ। ସପ୍ତାହକୁ ୨ ଥର ଏମିତି କରି ଦେଖନ୍ତୁ ଆପଣଙ୍କ ତ୍ୱଚା କିପରି ଉଜ୍ଜ୍ୱଳ ଦିଶିବ। ଏହାକୁ ଶରୀର ଅନ୍ୟ ଅଙ୍ଗରେ ବି ଲଗାଇ ପାରିବେ।

Share this :

Leave a Reply

Your email address will not be published. Required fields are marked *