ଚାକିରି ପାଇଁ ଜମି ଦୁର୍ନୀତି ମାମଲାରେ ବିହାରର ଉପ ମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବଙ୍କୁ ସମନ

Share this :

ଲାଲୁଙ୍କ ପରେ ଏବେ ତେଜସ୍ୱୀଙ୍କ ପାଳି। ସିବିଆଇ ଆଗରେ ହଜାର ହେବ ପାଇଁ ଜାରି କରାଗଲା ନୋଟିସ । ଚାକିରି ବଦଳରେ ଜମି ମାମଲାରେ ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବଙ୍କ ପରିବାରର ଅସୁବିଧା ବଢିବାର ଲାଗିଥିବା ବେଳେ । ବର୍ତ୍ତମାନ କେନ୍ଦ୍ରୀୟ ଅନୁସନ୍ଧାନ ବ୍ୟୁରୋ (ସିବିଆଇ) ବିହାର ଉପମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବଙ୍କୁ ଏହି ପ୍ରସଙ୍ଗରେ ପଚରାଉଚରା ପାଇଁ ଡକାଇଛି। ସିବିଆଇ ଏହାପୂର୍ବରୁ ଫେବୃଆରୀ ୪ ରେ ତେଜସ୍ୱୀ ଯାଦବଙ୍କୁ ଡକାଇଥିଲା କିନ୍ତୁ ସେ ତଦନ୍ତକାରୀ ଏଜେନ୍ସିରେ ହାଜର ହୋଇନଥିଲେ।

Lalu Prasad Yadav

ସିବିଆଇ ଦାବି କରିଛି ଯେ ଚାକିରି ସ୍କାମରେ ତେଜସ୍ୱୀ ଯାଦବଙ୍କ ବିରୋଧରେ ପ୍ରମାଣ ମିଳିଛି ଏବଂ ଏହି ପ୍ରମାଣ ଆଧାରରେ ତାଙ୍କୁ ସମନ ଜାରି କରାଯାଇଛି। ଏଥି ସହିତ ତେଜସ୍ୱୀ ଯାଦବଙ୍କୁ ଡକାଯାଇଥିବା ବେଳେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର କହିଛନ୍ତି ଯେ ତାଙ୍କୁ ମଧ୍ୟ ପୂର୍ବରୁ ଡକାଯାଇଥିଲା। ପାଞ୍ଚ ବର୍ଷ ପରେ ଚଢ଼ାଉ ହେଉଛି ବୋଲି ସେ କହିଛନ୍ତି। ସିଏମ୍ ନୀତୀଶ ପଚାରିଛନ୍ତି ଏପର୍ଯ୍ୟନ୍ତ କଣ ବାହାରିଛି?

ଏହାପୂର୍ବରୁ ସିବିଆଇ ଲାଲୁ ଯାଦବ ଏବଂ ତାଙ୍କ ପତ୍ନୀ ରାବଡି ଦେବୀଙ୍କୁ ପଚରାଉଚରା କରିଥିଲା। ଏହି ପ୍ରସଙ୍ଗରେ ସିବିଆଇର ଅଭିଯୋଗ ଉପରେ ଇଡି ପ୍ରିଭେନସନ୍ ଅଫ୍ ମନି ଲଣ୍ଡରିଂ ଆକ୍ଟ ଅନୁଯାୟୀ ଏକ ମାମଲା ରୁଜୁ କରିଛି। ଚାକିରି ସ୍କାମ ମାମଲାରେ ଜମିରେ ଲାଲୁ ପରିବାରକୁ ମାର୍ଚ୍ଚ ୧୫ ରେ ଦିଲ୍ଲୀ କୋର୍ଟରେ ହାଜର ହେବାକୁ ପଡିବ। ତେଜସ୍ୱୀ ଯାଦବ ଏବଂ ଲାଲୁ ଯାଦବଙ୍କ ଝିଅମାନଙ୍କ ଘର ବ୍ୟତୀତ ଅନ୍ୟ ଆରଜେଡି ନେତାଙ୍କ ବାସଭବନରେ ମଧ୍ୟ ଏହି ଚଢାଉ କରାଯାଇଥିଲା। ଏହି ସମୟରେ ଅନୁସନ୍ଧାନକାରୀ ସଂସ୍ଥା ବିପୁଳ ପରିମାଣର ନଗଦ ଟଙ୍କା, ବିଦେଶୀ ମୁଦ୍ରା ଏବଂ ସୁନା ଜବତ କରିଥିଲା। ତେବେ ଦେଖିବା ବାକି ରହିଲା ତେଜସ୍ୱୀ ଏଥର ସିବିଆଇ ଆଗରେ ହାଜର ହେଉଛନ୍ତି କି ନାହିଁ ।

Share this :

Leave a Reply

Your email address will not be published. Required fields are marked *