ଚିକେନ୍‌ ସୁପ୍‌

Share this :

ଆବଶ୍ୟକ ସାମଗ୍ରୀ

  • ୨୦୦ ଗ୍ରାମ୍‌ – ଚିକେନ୍‌
  • ୩ ଚାମଚ୍‌ – ଅଳେଇଚ
  • ୧ ଚାମଚ୍‌ – ଦହି
  • ସ୍ୱାଦାନୁସାରେ – ଲୁଣ
  • ୬ଟି ଗୋଲମରୀଚ
  • ଗୋଟେ ତେଜପତ୍ର
  • ୪ ଚାମଚ୍‌ – ତେଲ
  • ଗୋଟେ ପିଆଜ (ଛୋଟ କଟା ହୋଇଥିବା)
  • ୨ ଚାମଚ୍‌ – ଅଦା ରସୁଣ ପେଷ୍ଟ
  • ଗୋଟେ ଟମାଟୋ
  • ୧ କପ୍‌ – ଧନିଆ ପତ୍ର

    Nattu kozhi soup recipe, Country chicken soup recipe | Nattu kozhi soup recipe a mild flavorful soup made with country chicken and spices.This is the best remedy for cold and cough as

ପ୍ରସ୍ତୁତି ପ୍ରଣାଳୀ

ଚିକେନ୍‌ ସୁପ୍‌ ବନାଇବା ପାଇଁ ସର୍ବପ୍ରଥମେ ଚିକେନକୁ ଭଲଭାବେ ଧୋଇ ଅଲଗା ରଖିଦିଅନ୍ତୁ। ଏହାପରେ କୁକରକୁ ଗ୍ୟାସ ଉପରେ ରଖି ୪ ଚାମଚ ତେଲ, ପିଆଜ, ଲବଙ୍ଗ, ଗୋଲମରୀଚ, ତେଜପତ୍ର, ଅଳେଇଚ ପାଉଡର ପକାଇ ଭାଜି ଦିଅନ୍ତୁ। ଯେତେବେଳେ ପିଆଜ ହାଲକା ବ୍ରାଉନ୍‌ ହୋଇଯିବ ସେତେବେଳେ ଏଥିରେ କଟା ରସୁଣ ଏବଂ ଅଦାର ପେଷ୍ଟ ପକାନ୍ତୁ। ଏବେ ଏଥିରେ ପୂର୍ବରୁ ଧୋଇ ରଖିଥିବା ଚିକେନ, ଲୁଣ, ହଳଦି, କଟା ଧନିଆ ପତ୍ର ଏବଂ କଟା ଟମାଟୋ ପକାଇ ଦିଅନ୍ତୁ। ଏବେ କୁକରର ଘୋଡଣୀକୁ ବନ୍ଦ କରି ୨ ରୁ ୩ଟା ସିଟି ଆସିବା ପର୍ଯ୍ୟନ୍ତ ସୁପକୁ ମିଡିୟମ୍‌ ଫ୍ଲେମରେ ଫୁଟିବା ପାଇଁ ଛାଡନ୍ତୁ। ଏବେ ଆପଣଙ୍କ ଟେଷ୍ଟି ଚିକେନ ସୁପ୍‌ ପ୍ରସ୍ତୁତ ହୋଇଯାଇଛି। ଆପଣ ଏହାକୁ ଏକ ପାତ୍ରରେ ବାହାର କରି ଧନିଆ ପତ୍ର ପକାଇ ଗରମା ଗରମ ସର୍ଭ କରନ୍ତୁ।

Share this :

Leave a Reply

Your email address will not be published. Required fields are marked *