ଟାଇମ୍‌ ମାଗାଜିନରେ ମୟୂରଭଞ୍ଜ ଜିଲ୍ଲା, ବିଶ୍ୱର ସର୍ବୋକୃଷ୍ଟ ସ୍ଥାନ ତାଲିକାରେ ସାମିଲ

Share this :

 

ପୁଣି ଚର୍ଚ୍ଚାରେ ମୟୂରଭଞ୍ଜ ଜିଲ୍ଲା । ଅନ୍ତର୍ଜାତୀୟ ଗଣମାଧ୍ୟମରେ ମୟୂରଭଞ୍ଜକୁ ନେଇ ଚର୍ଚ୍ଚା । ବିଶ୍ୱର ୫୦ ପ୍ରାକୃତିକ ପରିବେଶ ତାଲିକାରେ ସ୍ଥାନ ପାଇଛି ମୟୂରଭଞ୍ଜ । ଟାଇମ ପତ୍ରିକାରେ ପ୍ରକାଶିତ ୨୦୨୩ର ଶ୍ରେଷ୍ଠ ସ୍ଥାନ ମଧ୍ୟରୁ ଭାରତର ଦୁଇଟି ସ୍ଥାନ ଲଦାଖ ଓ ମୟୁରଭଞ୍ଜ ସ୍ଥାନ ପାଇଛି ।

ଟାଇମ୍‌ ମାଗାଜିନ୍‌ ରିପୋର୍ଟ: ବିଶ୍ୱର ୫୦ଟି ସର୍ବଶ୍ରେଷ୍ଠ ସ୍ଥାନ ତାଲିକାରେ ମୟୂରଭଞ୍ଜ -

ମୟୂରଭଞ୍ଜ ସମ୍ପର୍କରେ ଟାଇମ ପତ୍ରିକା ଲେଖିଛି ଯେ , ମୟୁରଭଞ୍ଜ ନିଜର ପ୍ରାକୃତିକ ପରିବେଶ, ବାଘ, ପ୍ରାଚୀନ ମନ୍ଦିର ଓ ଛଉ ନୃତ୍ୟ ପାଇଁ ପରିଚିତ । ମୟୂରଭଞ୍ଜର ପ୍ରସିଦ୍ଧ ବେଲଗାଡ଼ିଆ ପ୍ରାସାଦ ସମ୍ପର୍କରେ ମଧ୍ୟ ଟାଇମ ମାଗାଜିନ ଉଲ୍ଲେଖ କରିଛି । ଏହା ସହିତ ସବାଇ ଘାସ ସାମଗ୍ରୀ ଓ ଡୋକ୍ରା କଳାକୃତି ସଂପର୍କରେ ବି ପତ୍ରିକାରେ ଉଲ୍ଲେଖ ରହିଛି । ମୟୂରଭଞ୍ଜରେ ଥିବା ସିମିଳିପାଳ ଅଭୟାରଣ୍ୟ ସମଗ୍ର ବିଶ୍ୱରେ ପ୍ରସିଦ୍ଧ । ପ୍ରାକୃତିକ ପରିବେଶ, ଝରଣା, ଏସୀୟ ହାତୀ, ମହାବଳ ବାଘଙ୍କ ପାଇଁ ଏହା ବିଶ୍ୱର ପର୍ଯ୍ୟଟକମାନଙ୍କୁ ଆକର୍ଷିତ କରିଥାଏ । ଏହା ମଧ୍ୟ ଅତ୍ୟନ୍ତ ବିରଳ କଳାବାଘ ପାଇଁ ପ୍ରସିଦ୍ଧ ବୋଲି ଟାଇମ ଉଲ୍ଲେଖ କରିଛି ।

Share this :

Leave a Reply

Your email address will not be published. Required fields are marked *