ଡ୍ରାଇଭରଙ୍କ ଷ୍ଟିୟରିଂ ଛାଡ଼ ଆନ୍ଦୋଳନ ପ୍ରଭାବିତ ହୋଇଛି ବଜାର

Share this :

ଡ୍ରାଇଭରଙ୍କ ଷ୍ଟିଅରିଂ ଛାଡ ଆନ୍ଦୋଳନ । ଦିନରାତି ଆନ୍ଦୋଳରେ ଡ୍ରାଇଭର ସଂଘ ବସିଥିବା ବେଳେ ଏହି ଆନ୍ଦୋଳନ ଯୋଗୁଁ ବେଶ ପ୍ରଭାବିତ ହୋଇଛି ଜନଜୀବନ । ବାଲେଶ୍ୱରରେ ପେଟ୍ରୋଲ ଅଭାବ । ବିଭିନ୍ନ ସ୍ଥାନରେ ମିଳୁନି ପେଟ୍ରୋଲ । ପେଟ୍ରୋଲ ପମ୍ପ ଗୁଡିକ ବନ୍ଦ ଥିବା ବେଳେ ଅସୁବିଧା ଭୋଗୁଛନ୍ତି ଲୋକେ ।

କେନ୍ଦ୍ରାପଡା ଗୋବରୀ ନଦୀ ବାଇପାସ ରାସ୍ତାର ଭୁଶୁଡିଲା ନିର୍ମାଣଧୀନ ସେତୁ - YouTube

ସେହିଭଳି ଡ୍ରାଇଭରଙ୍କ ଆନ୍ଦୋଳନ ଯୋଗୁଁ ପ୍ରଭାବିତ ହୋଇଛି ବଜାର । ବ୍ରହ୍ମପୁର ବଡବଜାରରେ ମାର୍କେଟ ଖାଁ ଖାଁ ହୋଇପଡ଼ିଛି । ହୋଲସେଲ ବଜାର ବନ୍ଦ ଥିବା ବେଳେ କିଛି ଖୁଚୁରା ବ୍ୟସାୟୀଙ୍କ ଦ୍ୱରା ଚାଲିଛି କିଣାବିକା । ଅଳ୍ପ ମାତ୍ରାରେ ଜିନିଷ ମିଳୁଥିବାରୁ ପରିବା ଦର ମାତ୍ରାଧିକ ବଢିଯାଇଛି । ପରିବାର ଚଢା ଦର ଯୋଗୁ ଗ୍ରାହକଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଛି ।

Share this :

Leave a Reply

Your email address will not be published. Required fields are marked *