ତ୍ୱଚାର ଚମକ ବୃଦ୍ଧି କରିବ ଘରୋଇ ଫେସ ପ୍ୟାକ..

Share this :

ଘରୋଇ ଫେସ ପ୍ୟାକ ତ୍ୱଚା ପାଇଁ ଉତ୍ତମ ହେବା ସହ କେମିକାଲ ନଥିବା ହେତୁ କୌଣସି କୁପ୍ରଭାବ ପକାଇ ନଥାଏ। ଜାଣନ୍ତୁ କିଭଳି ପ୍ରସ୍ତୁତ କରିବେ ଘରୋଇ ଫେସ ପ୍ୟାକ..ତ୍ୱଚାର ଯତ୍ନ - Samaja Live

ବେସନ, କ୍ଷୀର ଓ ମହୁ ଫେସ ପ୍ୟାକ୍‍ 
୪ ଚାମଚ ବେସନ, ୧ ଚାମଚ କ୍ଷୀର , ଅଳ୍ପ କିଛି ମହୁ ଓ ପାଣି ମିଶାଇ ଭଲ ଭାବେ ଗୋଳାଇ ଦିଅନ୍ତୁ। ଏହି ମିଶ୍ରଣକୁ ମୁହଁରେ ଲଗାଇ ୨୦ ମିନିଟ ରଖନ୍ତୁ। ୨୦ ମିନିଟ ପରେ ମୁହଁ ଧୋଇ ଦିଅନ୍ତୁ। ସପ୍ତାହକୁ ୩ଥର ଏହାକୁ ଲଗାଇବା ଦ୍ୱାରା ତ୍ୱଚା ସୁନ୍ଦର ଓ ଉଜ୍ଜ୍ୱଳ ହୋଇଥାଏ।

ଦହି ଓ ଏଲୋବେରା ଫେସ ପ୍ୟାକ୍‍ 
୪ ଚାମଚ ଏଲୋବେରା ରସରେ ୧ ଚାମଚ ଦହି ମିଶାଇ ଏହାକୁ ମୁହଁରେ ଲଗାଇ ୨୦ ମିନିଟ ରଖନ୍ତୁ। ୨୦ ମିନିଟ ପରେ ମୁହଁକୁ ପାଣିରେ ଧୋଇ ଦିଅନ୍ତୁ। ଏହା ତ୍ୱଚାର ଚମକ ବୃଦ୍ଧି କରିବା ସହ ଗୋରା ମଧ୍ୟ କରିଥାଏ।

କାକୁଡ଼ି ଫେସ ପ୍ୟାକ୍‍ 
କାକୁଡ଼ିକୁ କାଟି ଏହାକୁ ପେଷି ପେଷ୍ଟ ପ୍ରସ୍ତୁତ କରନ୍ତୁ। ଏହି ପେଷ୍ଟରେ ସାମାନ୍ୟ ଚିନି ମିଶାଇ ଏହାକୁ ୫ ରୁ ୧୦ ମିନଟ ଫ୍ରିଜରେ ରଖି ଦିଅନ୍ତୁ। ଫ୍ରିଜରୁ କାଢି ଏହାକୁ ମୁହଁରେ ଲଗାଇ ୨୫ ମିନିଟ ରଖନ୍ତୁ। ୨୫ ମିନିଟ ପରେ ମୁହଁକୁ ଧୋଇ ଦିଅନ୍ତୁ। ଏପରି ସପ୍ତାହକୁ ୨ଥର ଲଗାଇବା ଦ୍ୱାରା ମୁହଁର ବିଭିନ୍ନ ଦାଗ ଦୂର ହୋଇଥାଏ। ମୁହଁର ଚର୍ମ କୋମଳ ହୋଇଥାଏ।

Share this :

Leave a Reply

Your email address will not be published. Required fields are marked *