ଦିଲ୍ଲୀରେ ଅନଶନ ଧର୍ମଘଟ ଆରମ୍ଭ କଲେ ‘କେସିଆର୍‌’ଙ୍କ ଝିଅ କେ. କବିତା

Share this :

ସଂସଦରେ ମହିଳାମାନଙ୍କ ସଂରକ୍ଷଣ ଚିଠା ଉପସ୍ଥାପନ ଦାବି କରି ଆଜି ନୂଆଦିଲ୍ଲୀରେ ‘ଭାରତ ରାଷ୍ଟ୍ର ସମିତି’ର ବରିଷ୍ଠ ନେତ୍ରୀ ତଥା ତେଲେଙ୍ଗାନାର ମୁଖ୍ୟମନ୍ତ୍ରୀ ‘କେସିଆର୍‌’ଙ୍କ ଝିଅ କେ. କବିତା ଅନଶନ ଧର୍ମଘଟ ଆରମ୍ଭ କରିଛନ୍ତି।କହିଛନ୍ତି, ମୁଁ ଇଡିର ସମର୍ଥନ କରୁଛି । ଗତ ଜୁନ୍ ମାସରୁ କେନ୍ଦ୍ର ସରକାର ଲଗାତର ତଦନ୍ତକାରୀ ସଂସ୍ଥାକୁ ତେଲେଙ୍ଗାନା ପଠାଉଛନ୍ତି । ତେଲେଙ୍ଗାନାରେ ଆଗକୁ ବିଧାନସଭା ନିର୍ବାଚନ ଥିବାରୁ ଏଭଳି କରାଯାଉଥିବା କବିତା କହିଛନ୍ତି ।

ଦିଲ୍ଲୀ ମଦ ନୀତି ଦୁର୍ନୀତି ସହିତ ସମ୍ପୃକ୍ତି ଥିବା ଅଭି‌ଯୋଗରେ ତାଙ୍କୁ ‘ପ୍ରବର୍ତ୍ତନ ନିର୍ଦେଶାଳୟ’ ଜେରା କରିବାର ଦିନକ ପୂର୍ବରୁ ସେ ଆଜି ଏହି ଅନଶନ ଧର୍ମଘଟରେ ବସିଛନ୍ତି।

କେ. କବିତାଙ୍କ ‘ଏନ୍‌ଜିଓ’ ‘ଭାରତ ଜାଗୃତି’ଦ୍ବାରା ଆୟୋଜିତ ଏହି ଅନଶନ ଧର୍ମଘଟ ପ୍ରତିବାଦକୁ ଉଦ୍‌ଘାଟନ କରିଛନ୍ତି ‘ସିପିଆଇ-ଏମ୍‌’ ନେତା ସୀତାରାମ ୟେଚୁରୀ।ଜାତୀୟ ରାଜଧାନୀର  ଆରମ୍ଭ ହୋଇଥିବା ଏହି ଦିନିକିଆ ପ୍ରତିବାଦରେ  ୧୦ରୁ ଅଧିକ ରାଜନୈତିକ ଦଳ ଯୋଗ ଦେବେ ବୋଲି ସୁନିଶ୍ଚିତ କରିଥିଲେ।

ଏହି ପ୍ରତିବାଦରେ ୫୦୦ରୁ ୬୦୦ ସଦସ୍ୟ ଅନଶନରେ ବସିବେ। ଏହାଛଡ଼ା, ଏଥିରେ ଯୋଗ ଦେବା ପାଇଁ ୬୦୦୦ ଲୋକ ଏବଂ ୧୮ଟି ରାଜନୈତିକ ଦଳଙ୍କୁ ଆମନ୍ତ୍ରଣ କରାଯାଇଛି ବୋଲି ଗୁରୁବାର ଦିନ ସେ କହିଥିଲେ।

Share this :

Leave a Reply

Your email address will not be published. Required fields are marked *