ଦିଲ୍ଲୀ ବିଧାୟକଙ୍କ ଦରମା ୬୬% ବଢ଼ିଲା, ବଜେଟ ଅଧିବେଶନ ପୂର୍ବରୁ ପ୍ରସ୍ତାବକୁ ଅନୁମୋଦନ କଲେ ରାଷ୍ଟ୍ରପତି

Share this :

ନୂଆଦିଲ୍ଲୀ : ଦିଲ୍ଲୀ ବିଧାୟକଙ୍କ ଦରମା ୬୬ ପ୍ରତିଶତ ବୃଦ୍ଧି ପାଇଛି। ବିଧାୟକମାନଙ୍କ ଦରମା ଏବଂ ଭତ୍ତ‌ା ୬୬ ପ୍ରତିଶତ ବୃଦ୍ଧି କରିବାପାଇଁ ଅରବିନ୍ଦ କେଜ୍ରିୱାଲ ସରକାର ଦେଇଥିବା ପ୍ରସ୍ତାବକୁ ରାଷ୍ଟ୍ରପତି ସ୍ବୀକୃତି ପ୍ରଦାନ କରିଛନ୍ତି। ଦିଲ୍ଳୀ ବିଧାୟକମାନେ ପୂର୍ବରୁ ୫୪ ହଜାର ଟଙ୍କା ଦରମା ପାଉଥିଲେ। ଏଣିକି ସେମାନେ ୯୦ ହଜାର ଟଙ୍କା ଦରମା ପାଇବେ। ସେମାନଙ୍କ ମୂଳ ବେତନ ୧୨ ହଜାରରୁ ୩୦ ହଜାର ପର୍ଯ୍ୟନ୍ତ ବୃଦ୍ଧି ପାଇଛି। ଦୈନିକ ଭତ୍ତା ୧୦୦୦ରୁ ୧୫୦୦କୁ ବୃଦ୍ଧି କରାଯାଇଛି। ଦିଲ୍ଲୀରେ ଅଧିକାଂଶ ବିଧାୟକ କେଜ୍ରିୱାଲଙ୍କ ଆପ୍‌ ଦଳର।

Total government debt rises to Rs 147 lakh crore in Q2: Report - Times of India

ଏଣିକି ମୁଖ୍ୟମନ୍ତ୍ରୀ, ବିଧାନସଭା ବାଚସ୍ପତି ଏବଂ ବିରୋଧୀ ଦଳ ନେତା ଦରମା ଏବଂ ଭତ୍ତା ସମେତ ମାସିକ ୧.୭୦ ଲକ୍ଷ ଟଙ୍କା ପାଇବେ। ଦିଲ୍ଲୀ ବିଧାନସଭାରେ ଏନେଇ ଏକ ପ୍ରସ୍ତାବ ଗୃହୀତ ହୋଇଛି ଏବଂ ଏହାକୁ କେନ୍ଦ୍ର ଗୃହ ମନ୍ତ୍ରାଳୟକୁ ପଠାଯାଇଛି। ଦୀର୍ଘ ୧୨ ବର୍ଷ ପରେ ଦିଲ୍ଲୀ ବିଧାୟକଙ୍କ ଦରମା ବୃଦ୍ଧି ହୋଇଛି। ଫେବ୍ରୁଆରି ୧୪, ୨୦୨୩ରୁ ଏହି ନୂଆ ବେତନ ନିୟମ କାର୍ଯ୍ୟକାରୀ ହେବ।

Share this :

Leave a Reply

Your email address will not be published. Required fields are marked *