ପେଡ୍‌ ସର୍ଭିସ ଆଣିଲେ ଫେସବୁକ ଓ ଇନ୍‌ଷ୍ଟା: ୟୁଜରଙ୍କୁ ଏଣିକି ମାସକୁ ଦେବାକୁ ହେବ ୧୨୩୭ ଟଙ୍କା…

Share this :

ଟ୍ୱିଟର ରାସ୍ତାରେ ଏଣିକି ସୋସିଆଲ ମିଡିଆ ସାଇଟ୍ ଇନଷ୍ଟାଗ୍ରାମ ଓ ଫେସବୁକ । ଇନଷ୍ଟାଗ୍ରାମ ଓ ଫେସବୁକ ୟୁଜର୍ସ ଏଣିକି ନିଦ୍ଧିଷ୍ଟ ଅର୍ଥ ପୈଠ କରି ନିଜ ପ୍ରୋଫାଇଲ୍ ପାଇଁ ବ୍ଲୁଟିକ୍ ମାର୍କ ନେଇପାରିବେ । ମେଟା ପକ୍ଷରୁ ଏହି ଘୋଷଣା କରାଯାଇଛି । ଯଦି ୟୁଜରର୍ସ ମୋବାଇଲରେ ପ୍ରୋଫାଇଲ ବ୍ୟବହାର କରିବେ ତେବେ ମାସକୁ ୧୪.୯୯ ଡଲାର ଓ ସିଷ୍ଟମ ପାଇଁ ୧୧.୯୯ ଡଲାର ମାସିକ ଦେବାକୁ ପଡିବ । ଅର୍ଥାତ ମୋବାଇଲ ପାଇଁ ମାସିକ ୯୮୯ ଟଙ୍କା ଓ ମେସିନ ପାଇଁ ୧୨୩୭ ଟଙ୍କା ଦେବାକୁ ପଡିବ ।

Free Facebook Instagram Vector - EPS, Illustrator, JPG, PNG, SVG | Template.net

ପ୍ରଥମ ପର୍ଯ୍ୟାୟରେ ଆମେରିକା, ଅଷ୍ଟ୍ରେଲିଆ ଓ ନ୍ୟୁଜିଲ୍ୟାଣ୍ଡରେ ଏହି ସୁବିଧା ଆରମ୍ଭ କରିଛି ମେଟା । ବ୍ଲୁଟିକ ଯୋଗୁଁ ବିଶେଷ ଫାଇଦା ମିଳିବ । ଅଧିକ ସୁରକ୍ଷା, ଏକ୍ସକ୍ଲ୍ୟୁସିଭ ଫିଚର, ଷ୍ଟୋରେଜ, ରିଲ୍ସ ପାଇଁ ନୂଆ ଫିଚର ଓ ଷ୍ଟିକର, ପ୍ରତିମାସରେ ୧୦୦ଟି ମାଗଣା ଷ୍ଟାର ବା ଡିଜିଟାଲ କରେନ୍ସି ମିଳିବ । ତେବେ ଏହି ସୁବିଧା ପାଇଁ ୟୁଜର୍ସଙ୍କୁ ଏକ ସରକାରୀ ପରିଚୟ ପତ୍ର ସହ ଭେରିଫିକସେନ କରିବାକୁ ପଡିବ । ଏହି ବ୍ଲୁଟିକ ପାଇଁ ୟୁଜର୍ସଙ୍କ ବୟସ ଅତିକମରେ ୧୮ବର୍ଷ ହେବା ଆବଶ୍ୟକ ।

Share this :

Leave a Reply

Your email address will not be published. Required fields are marked *