ନୂଆପଡ଼ା: ଛତିଶଗଡର ରାଜଧାନୀ ରାୟପୁରର ବାଲାଜୀ ହସ୍ପିଟାଲରୁ ରୋଗୀକୁ ନେଇ ଆସୁଥିବା ଏକ ଆମ୍ବୁଲାନ୍ସ ଭାରସାମ୍ୟ ହରାଇ ପୋଲରେ ପିଟି ହେବାରୁ ଜଣେ ରୋଗୀଙ୍କର ମୃତ୍ୟୁ ଘଟିଥିବା ବେଳେ ୩ ଜଣ ଆହତ ହୋଇଛନ୍ତି। ମୃତ ବ୍ୟକ୍ତି ହେଲେ ଜନକ ମନହିରା। ଆହତମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।ନୂଆପଡ଼ା ଜିଲ୍ଲା ବୋଡେନ ଥାନା ଅନ୍ତର୍ଗତ ବିରେଶକେଲା ଗାଁ ନିକଟରେ ସଡ଼କ ଦୁର୍ଘଟଣା ଘଟିଛି। ଏକ ଆମ୍ବୁଲାନ୍ସ ଭାରସାମ୍ୟ ହରାଇ ଡିଭାଇଡରରେ ପିଟି ହେବାରୁ ଜଣେ ରୋଗୀଙ୍କର ମୃତ୍ୟୁ ଘଟିଥିବା ବେଳେ ୩ ଜଣ ଆହତ ହୋଇଛନ୍ତି। ମୃତ ବ୍ୟକ୍ତି ଜଣଙ୍କ ହେଲେ ଜନକ ମନହିରା। ଆହତମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ସୂଚନା ଅନୁଯାୟୀ, ଜନକ ମନହିରା ରାୟପୁରର ବାଲାଜି ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ସେ ସୁସ୍ଥ ହେବାପରେ ଆଜି ଆମ୍ବୁଲାନ୍ସ ଯୋଗେ ସେ ନିଜ ଗାଁ ଧରଣିମାଲକୁ ଫେରୁଥିଲେ। ଜନକ ମନହିରା ଆଜି ସକାଳେ ନିଜର ଦୁଇ ସମ୍ପର୍କୀୟଙ୍କ ସହ ଧରଣିମାଲ ଆସୁଥିବା ବେଳେ ବିରେଶକେଲା ଗାଁ ନିକଟରେ ଆମ୍ବୁଲାନ୍ସଟି ଭାରସାମ୍ୟ ହରାଇ ଡିଭାଇଡରକୁ ପିଟି ଦେଇଥିଲା। ଘଟଣାସ୍ଥଳରେ ଜନକ ମନହିରାଙ୍କ ମୃତ୍ୟୁ ଘଟିଥିବା ବେଳେ ଆମ୍ବୁଲାନ୍ସ ଡ୍ରାଇଭର ସମେତ ତିନି ଆହତ ହୋଇଥିଲେ।