ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନାରେ ଓଡ଼ିଶାର ୧୫ ଜିଲ୍ଲାରେ ୫୭ଟି ସେତୁ ନିର୍ମାଣ ପାଇଁ ୨୮୭.୮୨ କୋଟି ମଞ୍ଜୁର: ଧର୍ମେନ୍ଦ୍ର ପ୍ରଧାନ

Share this :

ଭୁବନେଶ୍ବର: କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଅନୁରୋଧ ରକ୍ଷା କରି ଭାରତ ସରକାର ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା  ଅନ୍ତର୍ଗତ ରାଜ୍ୟର ୧୫ ଜିଲ୍ଲାରେ ୫୭ଟି ସେତୁ ନିର୍ମାଣ ପାଇଁ ଅନୁମୋଦନ ଦେବା ସହ ୨୮୭.୮୨ କୋଟି ଟଙ୍କା ମଞ୍ଜୁର କରିଛନ୍ତି। ଏ ନେଇ କେନ୍ଦ୍ର ଗ୍ରାମୀଣ ଉନ୍ନୟନ ଓ ପଞ୍ଚାୟତିରାଜ ମନ୍ତ୍ରୀ ଗିରିରାଜ ସିଂହ ଶ୍ରୀ ପ୍ରଧାନଙ୍କ ପତ୍ରର ପ୍ରତ୍ୟୁତ୍ତରରେ ଉଲ୍ଲେଖ କରିଥିବା ବେଳେ ଏହି ନିଷ୍ପତ୍ତି ଓଡିଶାର ଗମନାଗମନକୁ ଅଧିକ ସୁଗମ କରିବ ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଟ୍ୱିଟ୍ କରି କହିଛନ୍ତି।

Amid Reshuffle, Dharmendra Pradhan Appointed New Union Education Minister

ଶ୍ରୀ ପ୍ରଧାନ ଟ୍ୱିଟ୍ କରିଛନ୍ତି ଯେ, ଭାରତ ସରକାର ଓଡିଶାର ଗ୍ରାମୀଣ ଅଞ୍ଚଳର ଭିତ୍ତିଭୂମିର ବିକାଶ ତଥା ଗମାଗମନ ସୁବିଧାକୁ ପ୍ରାଧାନ୍ୟ ଦେଇ ଆସୁଛନ୍ତି। ଓଡ଼ିଶାର ୧୫ ଜିଲ୍ଲା ଯଥା କଳାହାଣ୍ଡି ପାଇଁ ୧୩ଟି, ସମ୍ବଲପୁର ପାଇଁ ୧୦ଟି, ଗଞ୍ଜାମ ପାଇଁ ୮ଟି, କଟକ ପାଇଁ ୫ଟି, ନବରଙ୍ଗପୁର ପାଇଁ ୫ଟି, ବାଲେଶ୍ୱର ପାଇଁ ୩ଟି, ମୟୂରଭଞ୍ଜ ପାଇଁ ୩ଟି, ଦେବଗଡ଼ ଓ ମାଲକାନଗିରି ପାଇଁ ୨ଟି ଲେଖାଏଁ ପୋଲ ନିର୍ମାଣ ଲାଗି କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି। ଅନୁରୂପ ଭାବରେ ଭଦ୍ରକ, ଝାରସୁଗୁଡା, ନୟାଗଡ, ନୂଆପଡା, ପୁରୀ ଓ ସୁନ୍ଦରଗଡ ଜିଲ୍ଲାରେ ଗୋଟାଏ ଲେଖାଏଁ ସେତୁ ନିର୍ମାଣ ପାଇଁ ବ୍ୟୟବରାଦ ହୋଇଛି। ଏହାଦ୍ୱାରା ଏହିସବୁ ଗ୍ରାମୀଣ ଅଞ୍ଚଳରେ ବସବାସ କରୁଥିବା ଲୋକମାନେ ବିଶେଷ ଭାବରେ ଉପକୃତ ହେବେ। ଏହା ଅଞ୍ଚଳର ସାମାଜିକ ଓ ଅର୍ଥନୈତିକ ବିକାଶକୁ ତ୍ୱରାନ୍ୱିତ କରିବ। ଓଡିଶାର ବିକାଶ ପାଇଁ ଏହି ପ୍ରକଳ୍ପକୁ ମଂଜୁର କରିଥିବାରୁ ଶ୍ରୀ ପ୍ରଧାନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ କେନ୍ଦ୍ର ଗ୍ରାମୀଣ ବିକାଶ ଓ ପଞ୍ଚାୟତିରାଜ ମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି।

Share this :

Leave a Reply

Your email address will not be published. Required fields are marked *