ଆବଶ୍ୟକ ସାମଗ୍ରୀ
ଚିକେନ୍
ସୂର୍ଯ୍ୟମୁଖି ତେଲ
କଟା ପିଆଜ
କଟା ଟମାଟୋ
କଞ୍ଚା ଲଙ୍କା
ଅଦା ପେଷ୍ଟ
ରସୁଣ ପେଷ୍ଟ
ଗୋଲ ମରୀଚ
ହଳଦି
ଲୁଣ
ପ୍ରସ୍ତୁତି ପ୍ରଣାଳୀ
ଏକ ପ୍ୟାନ୍ ନିଅନ୍ତୁ। ସେଥିରେ ଅଳ୍ପ ତେଲ ପକାଇ ଏହାକୁ ଭଲଭାବେ ଗରମ କରନ୍ତୁ। ଏବେ ଗରମ ତେଲରେ ପିଆଜ ପକାନ୍ତୁ ଏବଂ ପିଆଜକୁ ହାଲକା ଭାଜି ଦିଅନ୍ତୁ। ଯେତେବେଳେ ହାଲକା ଭାଜି ହୋଇଯିବ ସେତେବେଳେ ଏଥିରେ କଟା ହୋଇଥିବା ଟମାଟୋ ଖଣ୍ଡକୁ ପକାଇ ଦିଅନ୍ତୁ ଏବଂ ଏହାକୁ ମଧ୍ୟ ଚାମଚରେ ଗୋଳାଇ ଦିଅନ୍ତୁ।
ଏବେ ଏହି ମିଶ୍ରଣରେ ସ୍ୱାଦାନୁସାରେ ଲୁଣ ପକାନ୍ତୁ, ଯାହାଦ୍ୱାରା ଟମାଟୋ ସହଜରେ ନରମ ହୋଇଯାଏ। ଏହାକୁ ମିଡିୟମ୍ ଫ୍ଲେମରେ ଢ଼ାଙ୍କୁଣୀ ଲଗାଇ ୪ ରୁ ୫ ମିନିଟ୍ ପର୍ଯ୍ୟନ୍ତ ବସାନ୍ତୁ। ଘୋଡଣୀ ଖୋଲି ଏଥିରେ ଅଦା ଏବଂ ରସୁଣ ପେଷ୍ଟ, କଞ୍ଚା ଲଙ୍କା, ଗୋଲମରୀଚ ପାଉଡର, ହଳଦି ପକାଇ ଦିଅନ୍ତୁ ଏବଂ ଏହି ସମସ୍ତ ସାମଗ୍ରୀକୁ ଭଲଭାବେ ମିଶାଇ ୫ ରୁ ୭ ମିନିଟ ପର୍ଯ୍ୟନ୍ତ ରାନ୍ଧିବାକୁ ଛାଡନ୍ତୁ। ଏହି ରେସିପିରେ ମସଲାକୁ ଭଲଭାବେ କଷିବା ପରେ ଭାଜିବା ଜରୁରୀ ହୋଇଥାଏ କାହିଁକିନା ଏହାଦ୍ୱାରା ଚିକେନକୁ ବଢ଼ିଆ ସ୍ୱାଦ ମିଳିଥାଏ।
ଏବେ ଏଥିରେ ଚିକେନ୍ ପକାନ୍ତୁ ଏବଂ ଚିକେନରେ ମସଲାକୁ ଭଲଭାବେ ଚାମଚ ସାହାଯ୍ୟରେ ଗୋଳାଇ ଦିଅନ୍ତୁ। ଏବେ ଢ଼ାଙ୍କୁଣୀ ଦେଇ ଏହାକୁ ସେତେ ପର୍ଯ୍ୟନ୍ତ ରାନ୍ଧନ୍ତୁ ଯେତେ ପର୍ଯ୍ୟନ୍ତ ଚିକେନ ଜୁସ୍ ନସୁଖିଛି। ଆପଣଙ୍କୁ ଚିକେନକୁ ଭଲଭାବେ କଷିବାକୁ ହେବ। ଭଲଭାବେ କଷି ହୋଇଗଲା ପରେ ପ୍ରସ୍ତୁତ ହୋଇଗଲା ଆପଣଙ୍କ ପେପର ଚିକନେ। ଏହାକୁ ଧନିଆ ପତ୍ରରେ ଗାର୍ନିିସ କରି ଗରମା ଗରମ ପରଷନ୍ତୁ।