ବସ୍ -ଟ୍ରକ ମୁହାଁମୁହିଁ ଧକ୍କା: ଭାରସାମ୍ୟ ହରାଇ ରାସ୍ତାକଡ଼କୁ ଖସିଲା ବସ୍, ୧୫ ଆହତ

Share this :

ବୌଦ୍ଧ: ବଲାଙ୍ଗିର ଅଭିମୁଖେ ଯାଉଥିବା ଏକ ଯାତ୍ରୀବାହୀ ବସକୁ ମୁହାଁମୁହିଁ ପିଟିଛି ଟ୍ରକ । ଦୁର୍ଘଟଣାରେ ୧୫ ଜଣ ଲୋକ ଆହତ ହୋଇଥିବା ନେଇ ସୂଚନା ମିଳିଛି । ତେବେ ଏମାନଙ୍କ ମଧ୍ୟରୁ ୫ ଜଣ ଗୁରୁତର ଅବସ୍ଥାରେ ମେଡିକାଲରେ ଚିକିତ୍ସିତ ହେଉଛନ୍ତି । ତେବେ ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ନେଇ କୌଣସି ସ୍ପଷ୍ଟ ସୂଚନା ଦେଇନାହାନ୍ତି ମେଡିକାଲ କର୍ତ୍ତୃପକ୍ଷ ।

Road Accident

ସୂଚନା ଅନୁସାରେ, ବସଟି ୪୦ ଜଣ ଯାତ୍ରୀଙ୍କୁ ଧରି ବଡମ୍ବାରୁ ବଲାଙ୍ଗିର ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲା । କିନ୍ତୁ ନିକଟସ୍ଥ ପୁରୁଣାକଟକ ଥାନା ଅନ୍ତର୍ଗତ ଚାରିଛକରେ ବିଳମ୍ବିତ ରାତିରେ ବସଟି ଦୁର୍ଘଟଣାଗ୍ରସ୍ତ ହୋଇଛି । ଏକ ଟ୍ରକ ଅଚାନକ ବସକୁ ମୁହାଁମୁହିଁ ଧକ୍କା ଦେଇଛି । ତେବେ ଏହି ଦୁର୍ଘଟଣାରେ ୧୫ ଜଣ ଆହତ ହୋଇଥିବା ବେଳେ ୫ ଜଣଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ରହିଛି । ତେବେ ସମସ୍ତଙ୍କୁ ଉଦ୍ଧାର କରି ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଛି ।

Share this :

Leave a Reply

Your email address will not be published. Required fields are marked *