ବାଦାମ ଚମକାଇବ ଚେହେରା

Share this :

ପ୍ରାୟତଃ ବାଦାମ ଖାଇବାକୁ ସମସ୍ତେ ପସନ୍ଦ କରିଥାଆନ୍ତି ।  କିଛି ଲୋକ ଭାଜି ଖାଆନ୍ତି ତ ଆଉ କେହି କେହି ତେଲରେ ଛାଣି ଖାଇବାକୁ ଭଲପାଆନ୍ତି । କିନ୍ତୁ ଖାଦ୍ୟ ବିଶେଷଜ୍ଞଙ୍କ କହିବା ଅନୁଯାୟୀ, ବାଦାମକୁ ସିଝାଇ ଖାଇବା ସ୍ୱାସ୍ଥ୍ୟପାଇଁ ଲାଭଦାୟକ ଅଟେ  । ବାଦାମକୁ ସିଝାଇ ଖାଇବା ଦ୍ବାରା ଶରୀରରେ ରକ୍ତର ଅଭାବ ହୋଇନଥାଏ । ବର୍ଷା ହେଉ କି ଶୀତ ମହିଳା ସବୁବେଳେ ଚିନ୍ତା ରେ ଥାନ୍ତି ନିଜ ଚେହେରା ପାଇଁ l

Benefits of peanuts: Why we eat China Nuts?/ Important of China Nuts/ China Badam

ଏପରି କ୍ଷେତ୍ର ରେ ମହିଳା ମାନେ ବାଦାମ ର ସାହାରା ନେଇ ପାରିବେ l ବାଦାମ କ୍ୟାଲସିୟମ୍ ଥିବାରୁ ଆର୍ଥରାଇଟିସ୍ ରୋଗୀଙ୍କ ପାଇଁ ଔଷଧ ଭଳି କାମ କରେ। ଭିଟାମିନ ‘ସି’ ଓ ‘ଇ’ରେ ଭରପୁର ଚିନାବାଦାମ ର ଫେସପ୍ୟାକ୍‌ ବେଷ୍ଟ କ୍ଲିଜିଂ ଭାବେ ପ୍ରମାଣିତ ହୋଇଥାଏ ।

ସେହିପରି ଫୁସ୍‌ଫୁସ୍‌ କ୍ୟାନ୍‌ସର ରୋକିବାରେ ଚିନାବାଦାମ ସହାୟତା କରିଥାଏ | ଚିନାବାଦାମରେ ପ୍ରଚୁର ପରିମାଣର ପ୍ରୋଟିନ୍‌ ସହିତ ଅନ୍ୟ ପୋଷକ ତତ୍ତ୍ବ ଭରି ରହିଛି। ଏହାକୁ ଖାଇବା ଦ୍ବାରା ଶରୀରକୁ ଶକ୍ତି ମିଳେ । ଶରୀରର ବିକାଶ ପାଇଁ ଏହା ଅତ୍ୟନ୍ତ ଲାଭଦାୟକ । ଚିନାବାଦାମ କୋଲେଷ୍ଟରଲ ମାତ୍ରାକୁ ନିୟନ୍ତ୍ରିତ କରିଥାଏ | ଚିନାବାଦାମରେ ପର୍ଯ୍ୟାପ୍ତ ମାତ୍ରାରେ କ୍ୟାଲସିୟମ ଏବଂ ଭିଟାମିନ୍‌ ଡି ରହିଛି । ଏହା ଏକ ପ୍ରାକୃତିକ ଓ ଶସ୍ତା ଡ୍ରାଏଫ୍ରୁଟ୍‌ ମଧ୍ୟ । ଏହାକୁ ଖାଇବା ଦ୍ବାରା ଶରୀର ର  ହାଡ଼ ଶକ୍ତ ହୋଇଥାଏ | ତେବେ ଚିନାବାଦାମର ନାଲି ଚୋପା ଖାଇବା କଥା ନୁହେଁ ବୋଲି ବିଶେଷଜ୍ଞ କୁହନ୍ତି |

ଏହାସହ ତ୍ବଚାର କୋଲେଜନ ବଢାଇ ଦାଗଚିହ୍ନ ମଧ୍ୟ ଦୂର କରିଥାଏ । ଚିନାବାଦାମ ନିୟମିତ ଖାଇବା ଦ୍ବାରା ଆମ ଶରୀରର ବହୁ ସମସ୍ୟା ଦୂର ହୋଇଯାଇଥାଏ | ଏହାକୁ ନିୟମିତ ସେବନ କରିବା ଦ୍ବାରା ଫୁସ୍‌ଫୁସ୍‌ ସୁସ୍ଥ ରହେ। ହଜମ ଶକ୍ତି ବୃଦ୍ଧି କରିବା ହେତୁ ଭୋକ ନ ହେବା ସମସ୍ୟା ମଧ୍ୟ ଦୂର ହୋଇଯାଏ । ଚିନାବାଦାମ ଖାଇବାର ଅଧଘଣ୍ଟା ପର୍ଯ୍ୟନ୍ତ ପାଣି ପିଇବା ଉଚିତ ନୁହେଁ । ଚେହେରାରୁ ଦାଗ ଦୂର କରିଥାଏ ବାଦାମ ଓ କ୍ଷୀର ପ୍ୟାକ୍‌ । ଏଥିପାଇଁ ୨ ଚାମଚ ଚିନାବାଦାମକୁ ଭିଜାଇ ବାଟି ଦିଅନ୍ତୁ  । ଏହି ପେଷ୍ଟରେ ୨ ଚାମଚ କ୍ଷୀର ଓ ୩ ରୁ ୪ ଚାମଚ ଗୋଲାପ ଜଳ ମିଶାଇ ତ୍ବଚାରେ ଲଗାନ୍ତୁ । ୧୦ ମିନିଟ ପରେ ଉଷୁମ ପାଣିରେ ଚେହେରା ଧୋଇ ନିଅନ୍ତୁ ।

Does eating peanuts make you fat? - Quora

ଭିଟାମିନ ସିରେ ଭରପୁର କମଳା ଓ ବାଦାମର ଫେସମାସ୍କ ତ୍ବଚାର ପୋର୍ସକୁ ସଫା କରି ନରମ ଓ ଉଜ୍ଜ୍ବଳ କରିବାରେ ସାହାଯ୍ୟ କରିଥାଏ  । ଏହି ମାସ୍କ ପ୍ରସ୍ତୁତ ପାଇଁ ୨ଟି କମଳା ସହ ବାଦାମକୁ ବାଟି ପେଷ୍ଟ ତିଆରି କରନ୍ତୁ  । ସେଥିରେ ୪ ଚାମଚ କ୍ଷୀର ମିଶାଇ ତ୍ବଚାରେ ଲଗାନ୍ତୁ  । ୨୦ ମିନିଟ ପରେ ଗରମ ପାଣିରେ ଧୋଇବା ଦ୍ବାରା ଚେହେରା ଚମକିଥାଏ । ବାଦାମ ଓ କଦଳୀ ଫେସମାସ୍କ ପ୍ରସ୍ତୁତ କରିବା ପାଇଁ ୨ଟି କଦଳୀ ଚକଟି ନିଅନ୍ତୁ । ଏଥିରେ ୨ ଚାମଚ ପିନଟ ବଟର ମିଶାଇ ଚେହେରାରେ ଲଗାନ୍ତୁ । ୧୫ ରୁ ୨୦ ମିନିଟ ପରେ ହାଲୁକା ଉଷୁମ ପାଣିରେ ମୁହଁ ଧୋଇ ନିଅନ୍ତୁ । ସପ୍ତାହକୁ ୨ ରୁ ୩ ଥର ଏପରି ଫେସପ୍ୟାକ୍‌ ଲଗାଇବା ଦ୍ବାରା ଚେହେରା ଉଜ୍ଜ୍ବଳ ଦିଶିଥାଏ  ।

ଅମ୍ଳ, କୋଷ୍ଠକାଠିନ୍ୟ ସମସ୍ୟା ଦେଖା ଦେଉଥିଲେ , ପ୍ରତିଦିନ ବାଦାମ୍ ଭଜା ଅଳ୍ପ ପରିମାଣରେ ଖାଇବା ଭଲ । ବିଶେଷଜ୍ଞଙ୍କ ମତରେ , ପିଲାଙ୍କ ସ୍ମୃତି  ଶକ୍ତି ବୃଦ୍ଧି ନିମନ୍ତେ ବାଦାମର ଭୂମିକା ଗୁରୁତ୍ୱପୂର୍ଣ୍ଣ । ଭିଟାମିନ୍ ବି-୩ ଭରପୁର ବାଦାମ୍ ଖାଇବା ଦ୍ୱାରା, ପିଲାଙ୍କ ହଜମ କ୍ଷମତା ମଧ୍ୟ ଭଲ ହୋଇଥାଏ । ଶୀତଦିନରେ ଅନେକ ଲୋକଙ୍କର ତ୍ୱଚା ଶୁଷ୍କ ବା ରୁକ୍ଷ ହୋଇଥାଏ । ବାଦାମ କିମ୍ବା ବାଦାମ ତେଲରେ ପ୍ରସ୍ତୁତ ଖାଦ୍ୟ ଖାଇବା ଦ୍ୱାରା, ଏହା ଶରୀରକୁ ଆବଶ୍ୟକ ପରିମାଣରେ ପୋଷକ ତତ୍ୱ ମିଳୁଥିବାର ବିଶେଷଜ୍ଞ ଅନୁସନ୍ଧାନରୁ ପ୍ରକାଶ । ବାଦାମ୍ ପ୍ରତିଦିନ ଖାଉଥିବା ଲୋକଙ୍କ ଠାରେ, ମଧୁମେହ ହେବାର ଆଶଙ୍କା ଅପେକ୍ଷାକୃତ କମ୍ ।

 

Share this :

Leave a Reply

Your email address will not be published. Required fields are marked *