ସୋର: ବାଲେଶ୍ୱର ଜିଲ୍ଲାର ସୋର ବ୍ଲକ କେଶରୀପୁର ଗ୍ରାମରେ ଆଜି ସକାଳେ ଏକ ଜଙ୍ଗଲୀ ବାରହା ଆକ୍ରମଣରେ ୨ ମହିଳାଙ୍କ ସମେତ ୬ ଜଣ ଗୁରୁତର ଆହତ ହୋଇ ସୋର ମେଡ଼ିକାଲରେ ଭର୍ତ୍ତି ହୋଇଥିବା ଜଣାପଡିଛି । ସେମାନଙ୍କ ମଧ୍ୟରୁ ୨ ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ବାଲେଶ୍ୱର ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି । ଆହତ ମାନେ ହେଲେ ଏହି ଗ୍ରାମର ସୁଶୀଳା ମଳିକ, ଗୌରାଙ୍ଗ ମଳିକ, ଦିବାକର ମଳିକ, ରାକେଶ ମଳିକ, ଗୟାଧର ମଳିକ । ରାକେଶ ଏବଂ ଗୟାଧରଙ୍କ ଅବସ୍ଥା ଅତି ଗୁରୁତର ଥିବାରୁ ଉଭୟଙ୍କୁ ଡାକ୍ତର ବାଲେଶ୍ୱର ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରିଛନ୍ତି ।
ସୂଚନା ଅନୁସାରେ, ଆଜି ସକାଳେ ଏକ ବଣୁଆ ବାରହା ଗ୍ରାମକୁ ପଶି ଆସି ଲୋକଙ୍କୁ ଅତର୍କିତ ଭାବେ ଆକ୍ରମଣ କରିଥିଲା । ଗ୍ରାମବାସୀ ମାନେ ସମସ୍ତଙ୍କୁ ଉଦ୍ଧାର କରି 108 ଆମ୍ବୁଲାନ୍ସ ଯୋଗେ ସୋର ମେଡିକାଲରେ ଭର୍ତ୍ତି କରିଥିଲେ ।