ବ୍ରହ୍ମପୁର ମାଆ ବୁଢ଼ୀ ଠାକୁରାଣୀଙ୍କ ଯାତ୍ରା ପାଇଁ ସ୍ଥାପନ ହେଲା ଶୁଭଖୁଣ୍ଟି । ଏପ୍ରିଲ ୪ ତାରିଖରୁ ଯାତ୍ରା ଆରମ୍ଭ

Share this :

ବ୍ରହ୍ମପୁର ଅଧିଷ୍ଠାତ୍ରୀ ଦେବୀ ମା’ ବୁଢ଼ୀ ଠାକୁରାଣୀ ଯାତ୍ରା ସମୟ ନିର୍ଘଣ୍ଟ । ଅପ୍ରିଲ ୪ ମଧ୍ୟରାତ୍ରିରୁ ଆରମ୍ଭ ହେବ ବୁଢ଼ୀ ଠାକୁରାଣୀଙ୍କ ଯାତ୍ରା । ଦେଶୀ ବେହେରା ସାହିକୁ ଯିବେ ମା’ ବୁଢ଼ୀ ଠାକୁରାଣୀ । ମେ’ ୧ତାରିଖରେ ପୁଣି ମନ୍ଦିରକୁ ପ୍ରତ୍ୟାବର୍ତ୍ତନ କରିବେ । ପାରମ୍ପାରିକ ରୀତିରେ ଲାଗିଲା ମା’ ବୁଢ଼ୀ ଠାକୁରାଣୀଙ୍କ ଶୁଭ ଖୁଣ୍ଟି । ଚଳିତ ବର୍ଷ ଅନୁଷ୍ଠିତ ହେବାକୁ ଥିବା ବ୍ରହ୍ମପୁରର ପାରମ୍ପରିକ ପ୍ରସିଦ୍ଧ ମାଆ ବୁଢ଼ୀ ଠାକୁରାଣୀ ଯାତ୍ରା ପାଇଁ ଶୁଭ ଖୁଣ୍ଟି ସ୍ଥାପନା ନେଇ ସିଦ୍ଧାନ୍ତ ଗୁରୁ ଦିନ ଧାର୍ଯ୍ୟ କରିଛନ୍ତି । ଆଜି ଶୁଭ ଖୁଣ୍ଟି ସ୍ଥାପନ କରାଯାଇଛି । ରାତି ୧୦ ଟାରୁ ସାଢେ ୨ଟା ମଧ୍ୟରେ ଶୁଭଖୁଣ୍ଟି ସ୍ଥାପନା ନେଇ ସମୟ ନିର୍ଘଣ୍ଟ ହୋଇଛି । ଯାତ୍ରା ପରିଚାଳକ ପି ଦୁର୍ଗା ପ୍ରସାଦ ଦେଶିବେହେରା ଏନେଇ ସୂଚନା ଦେଇଛନ୍ତି ।

ସେପଟେ ଯାତ୍ରା ପାଇଁ ଲୋକଙ୍କ ମନରେ ଖୁବ୍ ଉତ୍ସାହ ରହିଛି । ସମସ୍ଥେ୍ଥ ମା’ଙ୍କ ଆସିବା ବାଟକୁ ଆପେକ୍ଷା କରିଛନ୍ତି । ଯାତ୍ରା ପରିଚାଳକ ପି. ଦୁର୍ଗା ପ୍ରସାଦ ଦେଶିବେହେରାଙ୍କ ଉପସ୍ଥିତିରେ ଶୁଭଖୁଣ୍ଟି ସ୍ଥାପନା ନେଇ ଦେଶିବେହେରା ସାହିରେ ଏକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଥିଲା । ବୈଠକରେ ଯାତ୍ରା ନେଇ ଦିନ ଧାର୍ଯ୍ୟ କରାଯାଇଛି । ଚଳିତବର୍ଷ ଦୀର୍ଘ ୨୮ ଦିନ ଧରି ଚାଲିବ ମା ବୁଢୀ ଠାକୁରାଣୀଙ୍କ ଯାତ୍ରା । ଏନେଇ ସର୍ବସଧାରଣରେ ବୈଠକ ଅନୁଷ୍ଠିତ ହୋଇଯାଇଛି । ଯାତ୍ରା ପାଇଁ ଶୁଭ ସମୟ ନେଇ ଦିନ ଧାର୍ଯ୍ୟ କରିଥିଲେ ସିଦ୍ଧାନ୍ତଗୁରୁ । ଏହାପରେ ଏକ ବିରାଟ ପଟୁଆରା ମା ବୁଢୀ ଠାକୁରାଣୀ ମନ୍ଦିର ଅଭିମୁଖେ ଯାତ୍ରା କରିଥିଲେ । ଏଥିରେ ହଜାର ହଜାର ଭକ୍ତ ସାମିଲ ହୋଇଥିବା ବେଳେ ବାଜା-ନାଚ ଗୀତର ତାଳେ ତାଳେ ଦୁଲୁକି ଉଠିଥିଲା ରେଶମ ସହର ବ୍ରହ୍ମପୁର ।

Share this :

Leave a Reply

Your email address will not be published. Required fields are marked *