ମନ୍ତ୍ରୀ ନବ ଦାସ ଗୁଳିକାଣ୍ଡ ମାମଲାରେ ବିରୋଧୀ ଦଳ ନେତାଙ୍କ ପ୍ରତିକ୍ରିୟା

Share this :

ମନ୍ତ୍ରୀ ନବ ଦାସଙ୍କ ହତ୍ୟାକାଣ୍ଡ ପ୍ରସଙ୍ଗକୁ ବିଜେପିର ଆଭିମୁଖ୍ୟ ଆକ୍ରମଣାତ୍ମକ ରହିଛି । ହତ୍ୟାର ରହସ୍ୟ ଉନ୍ମୋଚିତ ନହେବା ପର୍ଯ୍ୟନ୍ତ ବିଜେପି ଚୁପ୍ ରହିବ ନାହିଁ ବୋଲି କହିଛି ବିଜେପି । ବିଧାନସଭାଠୁ ରାଜରାସ୍ତା ଯାଏଁ ପ୍ରତିବାଦ ଜାରି ରଖିବା ନେଇ ସୂଚନା ଦେଇଛନ୍ତି ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର । କହିଛନ୍ତି, ବିଧାନସଭାରେ ମୋସନ ଆକାରରେ ଆଲୋଚନା ହୋଇଥିଲେ ବି ରହସ୍ୟ ଉପରୁ ପରଦା ହଟିନାହିଁ ।ନିର୍ବାଚନ ଆସିଲେ ନବୀନ ବାବୁ ଆୱାର୍ଡ କିଣନ୍ତି, ଏପରି ସ୍ୱାଗତ ସମ୍ବର୍ଦ୍ଧନା ଏକ ପ୍ରହସନ: ଜୟନାରାୟଣ ମିଶ୍ର – Satya Patha

ମୁଖ୍ୟମନ୍ତ୍ରୀ ତାଙ୍କ ବିବୃତିରେ ବିରୋଧୀଙ୍କୁ କେବଳ ସମାଲୋଚନା ଛଡ଼ା ଆଉ କିଛି କରିନାହାନ୍ତି । ଶାସକ ଦଳ ପାଖରେ ସଂଖ୍ୟାଗରିଷ୍ଠତା ଥିବାରୁ ସେମାନେ ଗୃହରେ ବିରୋଧୀଙ୍କୁ ଚପାଇ ଦେଉଛନ୍ତି । କିନ୍ତୁ ଭାରତୀୟ ଜନତା ଦଳ ମନ୍ତ୍ରୀଙ୍କ ହତ୍ୟାକୁ ନେଇ ଆଦୌ ଚୁପ୍ ବସିବ ନାହିଁ । ହତ୍ୟାକାଣ୍ଡ ପଛରେ କିଏ ଅଛି, ତାହା ସାମ୍ନାକୁ ନଆସିବା ଯାଏଁ, ଦଳ ଲଢ଼େଇ ଜାରି ରଖିବ ବୋଲି ଜୟନାରାୟଣ କହିଛନ୍ତି । ସେପଟେ ସରକାରୀ ଦଳ ମୁଖ୍ୟ ସଚେତକ ପ୍ରଶାନ୍ତ ମୁଦୁଲି କହିଛନ୍ତି, ସରକାରଙ୍କୁ ଘେରିବା ପାଇଁ ବିରୋଧୀ ଦଳ ଯେଉଁସବୁ ପ୍ରସଙ୍ଗ ଉଠାଇଛନ୍ତି, ସେଥିରେ ବିରୋଧୀ ଦଳ ନିଜେ ଫସିଛନ୍ତି ।

ଜୟନାରାୟଣ ମିଶ୍ର କହିଛନ୍ତି, ତଦନ୍ତ ଦିଗହରା ହୋଇଛି। ହତ୍ୟାକାଣ୍ଡ ପଛରେ କିଏ ଅଛି ସାମ୍ନାକୁ ନ ଆସିବା ପର୍ଯ୍ୟନ୍ତ ଲଢେଇ ହେବ। ମୋସନ ଆକାରରେ ଆଲୋଚନା ହୋଇଥିଲେ ବି ଖର୍ଚ୍ଚ ଦାବି ଆଲୋଚନା ସହ ଅନ୍ୟ ଅନ୍ୟ ଫୋରମରେ ଏହି ପ୍ରସଙ୍ଗ ଉଠାଇବ ବିଜେପି। ହତ୍ୟାର କାରଣ କଣ ଓ ହତ୍ୟା ପଛରେ କିଏ ସାମ୍ନାକୁ ନ ଆସିବା ପର୍ଯ୍ୟନ୍ତ ବିଜେପି ଚୁପ୍ ବସିବ ନାହିଁ। ଏହା ବାଦ୍ ଚାଷୀଙ୍କ ସମସ୍ୟା ଓ ଅନ୍ୟ ପ୍ରସଙ୍ଗକୁ ନେଇ ସରକାରଙ୍କୁ ଘେରିବ ବିଜେପି।

ତେଣେ ସରକାରୀ ଦଳ ମୁଖ୍ୟ ସଚେତକ ପ୍ରଶାନ୍ତ ମୁଦୁଲି କହିଛନ୍ତି,  ବିରୋଧୀ ଦଳ ଯେତେ ପ୍ରସଙ୍ଗ ଆଣିଛନ୍ତି, ତାକୁ ଶାସକ ଦଳ ଗ୍ରହଣ କରି ଆଲୋଚନା କରିଛନ୍ତି। ବିରୋଧୀ ଦଳ ଯେତେ ପ୍ରସଙ୍ଗ ଉଠାଇଛନ୍ତି ସରକାରଙ୍କୁ ଘେରିବା ପାଇଁ, ସେ ଘେରରେ ନିଜେ ପଡ଼ିଛନ୍ତି। କାରଣ ତାଙ୍କ ପାଖରେ ପ୍ରସଙ୍ଗ ନାହିଁ, ଆମ ପାଖରେ ଅଛି। ବଜେଟ୍ ଆଲୋଚନା ଭିତରେ ଅନେକ ପ୍ରସଙ୍ଗ ଆସିବ। ଓଡ଼ିଶା ସଦାବେଳେ କେନ୍ଦ୍ର ଅବହେଳାର ଶିକାର ହୋଇଛି। ଆଲୋଚନା କାଳରେ ଏ ପ୍ରସଙ୍ଗ ଉଠାଇବ ବିଜେଡି।

Share this :

Leave a Reply

Your email address will not be published. Required fields are marked *