ବ୍ରହ୍ମପୁର ସହର ପୂର୍ବ-ଉପକଣ୍ଠ ଗୋପାଳପୁର ରାସ୍ତା ମଧ୍ୟଭାଗରେ ରଙ୍ଗେଇଲୁଣ୍ଡା ଗ୍ରାମ ଅବସ୍ଥିତ । ଗ୍ରାମ ସଂଲଗ୍ନ ପଶ୍ଚିମ ଦିଗରେ ବିସ୍ତୀର୍ଣ୍ଣ ସମତଳ ଜମିରେ ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ଏକ ବିମାନ ଅବତରଣ ପଡ଼ିଆ ‘ଏୟାର ଷ୍ଟ୍ରିପ’ ନିର୍ମିତ । ଗୋପାଳପୁର ବନ୍ଦର ଓ ବ୍ରହ୍ମପୁର ଦକ୍ଷିଣ ଓଡ଼ିଶାର ପ୍ରଶାସନିକ ତଥା ବାଣିଜ୍ୟ କେନ୍ଦ୍ରରୂପେ ଗଢ଼ି ଉଠିଥିବା ହେତୁ ଯୁଦ୍ଧ ଅବସରରେ ପ୍ରତିରକ୍ଷା କାରଣରୁ ରଙ୍ଗେଇଲୁଣ୍ଡା ବିମାନ ଅବତରଣ ପଡ଼ିଆର ଆବଶ୍ୟକତା ଅନୁଭୂତ ହୋଇଥିଲା । ଦ୍ୱିତୀୟ ବିଶ୍ୱଯୁଦ୍ଧ କାଳରେ ଇଂଲିଶ ପ୍ରଶାସନ ପକ୍ଷରୁ ରାଜ୍ୟ ତଥା ଦେଶର ବିଭିନ୍ନ ସ୍ଥାନରେ ଏହିଭଳି ବ୍ୟୋମଯାନ ଚଳାଚଳ ନିମନ୍ତେ ଭିତ୍ତିଭୂମି ସୃଷ୍ଟି କରାଯାଇଥିଲା । ଭୁବନେଶ୍ୱର ବିମାନ ବନ୍ଦର ନିର୍ମିତ ହେବା ଯାଏଁ ରଙ୍ଗେଇଲୁଣ୍ଡା ସହ ଅନ୍ୟାନ୍ୟ ବିମାନ ଅବତରଣ ପଡ଼ିଆର ଗୁରୁତ୍ୱ ରହି ଆସିଥିଲା ।
ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ୧୯୬୮ରେ ପ୍ରତିଷ୍ଠା ହେବାପରେ ଏହାର କ୍ୟାମ୍ପସ ନିମନ୍ତେ ରଙ୍ଗେଇଲୁଣ୍ଡା ବିମାନ ଅବତରଣ ପଡ଼ିଆ ସଂଲଗ୍ନ ଅଞ୍ଚଳ ଚ଼ିହ୍ନଟ କରାଗଲା । ପଡ଼ିଆର ପୂର୍ବଭାଗରେ ପ୍ରଶାସନିକ, ଶିକ୍ଷାଦାନ, ମହିଳା ଛାତ୍ରାବାସ ଓ କର୍ମଚାରୀ କ୍ୱାଟର୍ସ ତଥା ପଶ୍ଚିମ ଭାଗରେ ପୁରୁଷ ଛାତ୍ରାବାସମାନ ନିର୍ମିତ ହେଲା । ପଡ଼ିଆକୁ ଲାଗି ବିଶ୍ୱବିଦ୍ୟାଳୟ ଖେଳ ପଡ଼ିଆ ଅବସ୍ଥିତ । ଏହି ଘଟଣାକ୍ରମ ଅନୁଶୀଳନ କଲେ ମନେ ହୁଏ ଷଷ୍ଠ ଦଶକ ଶେଷ ସୁଦ୍ଧା ରାଜ୍ୟର ରାଜନୀତିକ ନେତୃବର୍ଗ କିମ୍ୱା ପ୍ରଶାସନିକ ଅଧିକାରୀମାନେ ଦେଶରେ ବିମାନ ଯୋଗାଯୋଗର ସମ୍ଭାବ୍ୟ ଭବିଷ୍ୟତକୁ ବୋଧେ ଠିକ ପରଖି ପାରିନଥିଲେ । ଦିନେ ଭାରତରେ ଆକାଶ ମାର୍ଗରେ ଯାତ୍ରୀ ପରିବହନ ବିକଶିତ ହେବ ଏବଂ ଏଥିନିମନ୍ତେ ବିମାନ ବନ୍ଦରମାନ ପ୍ରତିଷ୍ଠା ଆବଶ୍ୟକ ପଡ଼ିବ ଆକଳନ କରିପାରି ନଥିଲେ । ନଚ଼େତ ବିମାନ ଅବତରଣ ପଡ଼ିଆର ମାତ୍ର କେତେଫୁଟ ଦୂରରେ ଏକ ପାର୍ଶ୍ୱରେ ପ୍ରଶାସନିକ ଭବନ ଓ ଅପର ପାର୍ଶ୍ୱରେ ଏକାଧିକ ପୁରୁଷ ଛାତ୍ରାବାସ ନିର୍ମାଣଲାଗି ମାନଚ଼ିତ୍ର ଆଙ୍କି ନଥାନ୍ତେ । ସେ ଯାହା ହେଉ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ କ୍ୟାମ୍ପସ ନିର୍ମାଣର ଅର୍ଦ୍ଧ-ଶତାଦ୍ଦୀର ଇତିହାସରେ ମୂଳ ‘ରଙ୍ଗେଇଲୁଣ୍ଡା’ ଅପସରି ଯାଇ ‘ଭଞ୍ଜ ବିହାର’ ନାମକରଣ ଲୋକାଦୃତ ହୋଇଛି । କେବଳ ବିମାନ ଅବତରଣ ପଡ଼ିଆର ନାମ ‘ରଙ୍ଗେଇଲୁଣ୍ଡା’ ରହିଛି ।
ରଙ୍ଗେଇଲୁଣ୍ଡା ବାମ ପାର୍ଶ୍ୱ ଗୋଳାବନ୍ଧରେ ସପ୍ତମ ଦଶକରେ ‘ଏୟାର ଡ଼ିଫେନ୍ସ ଗାଇଡ଼େଡ଼ ମିସାଇଲ’ ପ୍ରତିରକ୍ଷା ଶିକ୍ଷାନୁଷ୍ଠାନ ସ୍ଥାପିତ ହେଲା । ପୂର୍ବରୁ ମୁଖ୍ୟମନ୍ତ୍ରୀ, ପ୍ରଧାନମନ୍ତ୍ରୀଙ୍କ ଭଳି ବିଶିଷ୍ଟ ବ୍ୟକ୍ତି ଗଞ୍ଜାମ ଜିଲ୍ଲା ଗସ୍ତରେ ଆସିଲେ କ୍ଷୁଦ୍ର ବିମାନ ଯୋଗେ ରଙ୍ଗେଇଲୁଣ୍ଡା ବିମାନ ଅବତରଣ ପଡ଼ିଆରେ ଓହ୍ଲାଉଥିଲେ । ପ୍ରତିରକ୍ଷା ଶିକ୍ଷାନୁଷ୍ଠାନ କାର୍ଯ୍ୟ ଆରମ୍ଭ କରିବା ପରେ ପଦସ୍ଥ ସେନା କର୍ମଚାରୀମାନେ ମଧ୍ୟ ବେଳେ ବେଳେ ବିମାନ ଅବତରଣ ପଡ଼ିଆ ବ୍ୟବହାର କଲେ । ବିଗତ ଶତାଦ୍ଦୀ ଶେଷ ଦଶକ ଶେଷ ଭାଗରେ ଗୋପାଳପୁରଠାରେ ପ୍ରସ୍ତାବିତ ଇସ୍ପାତ କାରଖାନା ନିମନ୍ତେ ସରକାରଙ୍କ ପକ୍ଷରୁ ଜମି ଅଧିଗ୍ରହଣ ଓ ସ୍ଥାନୀୟ ବାସିନ୍ଦାଙ୍କ ବିରୋଧର ଦୀର୍ଘ ଆନ୍ଦୋଳନ ଅବସରରେ ଭିତ୍ତିଭୂମି ତଦାରଖ କରିବା ନିମନ୍ତେ ଟାଟା କମ୍ପାନୀର ପଦସ୍ଥ କର୍ମଚାରୀମାନଙ୍କ ବିମାନ ମଧ୍ୟ ରଙ୍ଗେଇଲୁଣ୍ଡାରେ କେତେଦିନ ଦେଖିବାକୁ ମିଳିଥିଲା । ତେବେ ଇସ୍ପାତ କାରଖାନା ପ୍ରତିଷ୍ଠା ପ୍ରସ୍ତାବ ପ୍ରତ୍ୟାହୃତ ହେବାପରେ ରଙ୍ଗେଇଲୁଣ୍ଡା ବିମାନ ଅବତରଣ ପଡ଼ିଆରେ ପୂର୍ବବତ୍ ନୀରବତା ରାଜୁତି କଲା ।
ବ୍ରହ୍ମପୁରରେ କିଛି ଦିନରୁ ବିମାନ ବନ୍ଦର ପ୍ରତିଷ୍ଠା ନିମନ୍ତେ ଦାବୀ ଜୋର ଧରିଛି । ରଙ୍ଗେଇଲୁଣ୍ଡା ବିମାନ ଅବତରଣ ପଡ଼ିଆକୁ ଘେରି ବିଶ୍ୱବିଦ୍ୟାଳୟ କୋଠାବାଡ଼ି ନିର୍ମିତ ହୋଇଥିବା ହେତୁ ଏହାର ବ୍ୟାପକ ସଂପ୍ରସାରଣ ଅସଂଭବ । ବିକଳ୍ପ ସ୍ଥାନରେ ଅପେକ୍ଷାକୃତ ବଡ଼ ଅଞ୍ଚଳ ଚ଼ିହ୍ନଟ ନିମନ୍ତେ ସର୍ବେକ୍ଷଣ ଫଳବତୀ ନହେବା ପରେ ରଙ୍ଗେଇଲୁଣ୍ଡା ବିମାନ ଅବତରଣ ପଡ଼ିଆକୁ ସାଧ୍ୟମତେ ସଂପ୍ରସାରଣ ନିମନ୍ତେ ଉଦ୍ୟମ ଆରମ୍ଭ ହୋଇଥିବା ଜଣାଯାଏ । ଗଣମାଧ୍ୟମରେ ପ୍ରକାଶିତ ତଥ୍ୟ ଅନୁଯାୟୀ ବର୍ତ୍ତମାନ ରଙ୍ଗେଇଲୁଣ୍ଡା ବିମାନ ଅବତରଣ ପଡ଼ିଆର ଦୈର୍ଘ୍ୟ ୯୭୫ ମିଟର ଓ ପ୍ରସ୍ଥ ୧୫୦ ମିଟର ରହିଥିବା ସ୍ଥଳେ ଏହାର ଦୈର୍ଘ୍ୟ ୧୨୫୦ ମିଟର ଓ ପ୍ରସ୍ଥ ୮୫୦ ମିଟରକୁ ବୃଦ୍ଧି କରାଯିବା ନିମନ୍ତେ ପ୍ରସ୍ତାବ ରଖାଯାଇଛି । ଏଥି ନିମନ୍ତେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା କିଛି ଜମି ସାଙ୍ଗକୁ କରାପଲ୍ଲୀ, ରାମଚନ୍ଦ୍ରପୁର ଓ ରଙ୍ଗେଇଲୁଣ୍ଡା ମୌଜାର ସରକାରୀ ଓ ଘରୋଇ ଜମି ଅଧିଗ୍ରହଣ କରାଯିବା ନିମନ୍ତେ ପ୍ରସ୍ତୁତି ଚାଲିଥିବା ପ୍ରକାଶ ।
ରଙ୍ଗେଇଲୁଣ୍ଡା ବିମାନ ଅବତରଣ ପଡ଼ିଆର ରକ୍ଷଣାବେକ୍ଷଣ କାର୍ଯ୍ୟ ନିୟମିତ ଭାବେ ସମ୍ପନ୍ନ ହୋଇଥାଏ । ସାଧାରଣତଃ ମାର୍ଚ୍ଚ ମାସରେ ଆର୍ଥିକ ବର୍ଷ ପୁରିବା ପୂର୍ବରୁ ପଡ଼ିଆକୁ ଘେରି ରହିଥିବା ପାଚେରୀ ମରାମତ ଓ ରଙ୍ଗ ଦେବା ତଥା ରନୱେ ମଧ୍ୟଭାଗରେ ପିଚୁ ଢ଼ାଳିବା କାମ ହାତକୁ ନିଆଯାଇଥାଏ । ସେହିକ୍ରମରେ ୨୦୨୩ ଫେବୃୟାରୀ ମାସରେ କାମ ଚାଲିଥିବା ଦେଖିବାକୁ ମିଳିଥିଲା ।
କୁହାଯାଉଛି, ରଙ୍ଗେଇଲୁଣ୍ଡାରୁ ନଅ ଆସନ ବିଶିଷ୍ଟ ବିମାନ ଭୁବନେଶ୍ୱରକୁ ଉଡ଼ିବ । ଏଥି ପୂର୍ବରୁ ୨୦୧୧ରେ ମଧ୍ୟ ଏକ ଛଅ ଆସନ ବିଶିଷ୍ଟ ଅନିୟମିତ ‘ଅନ-ସେଡ୍ୟୁଲଡ଼’ ଯାତ୍ରୀ ବିମାନ ପରିବହନ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା । ସଂଭବତଃ, ଭଡ଼ା ଯାତ୍ରୀ ପିଛା ତିନି ହଜାର ନିର୍ଦ୍ଧାରଣ ଏବଂ ଅନ୍ତତଃପକ୍ଷେ ଚାରିଜଣ ଯାତ୍ରୀ ହେଲେ ଉଡ଼ାଣର ବ୍ୟବସ୍ଥା କରାଯିବା ନିମନ୍ତେ ସ୍ଥିରୀକୃତ ହୋଇଥିଲା । କିନ୍ତୁ ଆଗ୍ରହୀ ଯାତ୍ରୀ ଅଭାବରୁ ନିୟମିତ ଉଡ଼ାଣ ଅଟକି ଯାଇଥିଲା । ଅବଶ୍ୟ ଇତିମଧ୍ୟରେ ବାର ବର୍ଷ ମଧ୍ୟରେ ପରିସ୍ଥିତି ବଦଳିଥିବା ଆଶା କରାଯାଇପାରେ !
ନନ-ସିଡ୍ୟୁଲଡ଼ ବିମାନ ସେବା ପାଇଁ କୌଣସି ବିଧିବଦ୍ଧ ସମୟ ସାରଣୀ ‘ଟାଇମ ଟେବୁଲ’ ରହିବ ନାହିଁ । ଅର୍ଥାତ, ଆବଶ୍ୟକ ସଂଖ୍ୟକ ଯାତ୍ରୀ ଯୋଗାଡ଼ ହୋଇପାରିଲେ ବିମାନ ଉଡ଼ାଣ ସଂଭବ ହେବ । ଆଧୁନିକ ଡ଼ିଜିଟାଲ ମଞ୍ଚ ଉପଯୋଗରେ ଯାତ୍ରୀ ଚ଼ିହ୍ନଟ ଓ ଟିକଟ ବିକ୍ରୀ ପ୍ରକ୍ରିୟା ସରଳ ଓ ସୁବିଧାଜନକ ହୋଇପାରୁଥିବାରୁ ରଙ୍ଗେଇଲୁଣ୍ଡାରୁ ଭୁବନେଶ୍ୱର ବିମାନ ସେବା ନିମନ୍ତେ ବାର ବର୍ଷ ତଳର ଅଭିଜ୍ଞତାର ଏଥରକ ପୁନରାବୃତ୍ତି ନହୋଇପାରେ !