ରବିବାର ଭୁଲ୍‌ରେ ବି କରନ୍ତୁ ନାହିଁ ଏସବୁ କାର୍ଯ୍ୟ, ପଡ଼ିପାରନ୍ତି ସମସ୍ୟାରେ

Share this :

ଜ୍ୟୋତିଷଶାସ୍ତ୍ର ଅନୁଯାୟୀ ସପ୍ତାହର ସାତଦିନ ବିଭିନ୍ନ ଗ୍ରହଙ୍କ ନାମରେ ନାମିତ। ବାର ଅନୁଯାୟୀ ଗ୍ରହମାନେ ପ୍ରଭାବଶାଳୀ ହୋଇଥାନ୍ତି। ଏଣୁ ଶାସ୍ତ୍ର ମୁତାବକ ଏହି ଦିନଗୁଡିକରେ କ’ଣ କରିବା ଉଚିତ୍‌ ଓ କ’ଣ କରିବା ଅନୁଚିତ୍‌ ତାହାର ଏକ ନିର୍ଦ୍ଧିଷ୍ଟ ନିୟମ ରହିଛି। ଏହିକ୍ରମରେ ଆସନ୍ତୁ ଜାଣିବା ରବିବାର କେଉଁ କାର୍ଯ୍ୟ କରିବା ଅନୁଚିତ୍‌।

  • ରବିବାର ସୂର୍ଯ୍ୟ ଅସ୍ତ ହେବା  ପୂର୍ବରୁ ଲୁଣ ବ୍ୟବହାର କରନ୍ତୁ ନାହିଁ। ଶାସ୍ତ୍ର ଅନୁସାରେ ଏହା ଅଶୁଭ ।
  • ମାଂସ ଭକ୍ଷଣ ଓ ମଦ୍ୟପାନ ମଧ୍ୟ କରିବା  ଅନୁଚିତ ।
  • ରବିବାର ଚୁଟି କାଟିବା, ସୋରିଷ ତେଲ ଦେହରେ ମାଲିସ କରିବାକୁ ମଧ୍ୟ ଶାସ୍ତ୍ରରେ ବାରଣ କରାଯାଇଛି।
  • ଏହି ଦିନ କ୍ଷୀର ପୋଡନ୍ତୁ ନାହିଁ ଓ ତମ୍ୱା ଜିନିଷ ଆଦିକୁ କିଣା ବିକା କରନ୍ତୁ ନାହିଁ।

ସୂର୍ଯ୍ୟ ହଉଛନ୍ତି ସୌରମଣ୍ଡଳର ରାଜା। ଭଗବାନ ସୂର୍ଯ୍ୟ ତଥା ଗ୍ରହଶ୍ରେଷ୍ଠ ଆଦିତ୍ୟଙ୍କ ବାରଟି ହେଉଛି ରବିବାର। ଏଣୁ ଯାହାଙ୍କର ଜାତକରେ ସୂର୍ଯ୍ୟ ଭଲ ସ୍ଥିତିରେ ଥାଆନ୍ତି ତାଙ୍କ ଜୀବନରେ ସୁଖ ଶାନ୍ତି ବଜାୟ ରହେ। ଏଣୁ ଏହିଦିନ ସୂର୍ଯ୍ୟଙ୍କୁ ସନ୍ତୁଷ୍ଟ ରଖିବା ପାଇଁ ଉପରୋକ୍ତ ନିୟମ ପାଳନୀୟ।

Share this :

Leave a Reply

Your email address will not be published. Required fields are marked *