୧୦ ଦଫା ଦାବିରେ ଅନିଦ୍ଦିଷ୍ଟ କାଳ ପାଇଁ ଡ୍ରାଇଭର ଏକତା ମହାମଞ୍ଚ ଷ୍ଟିୟରିଂ ଛାଡ଼ ଆନ୍ଦୋଳନ ବୁଧବାର ସକାଳୁ ଆରମ୍ଭ ହୋଇଯାଇଛି। ମାଲବାହୀ ଗାଡ଼ିଗୁଡ଼ିକ କାଁଭାଁ ଚାଲୁଥିଲା ବେଳେ ଯାତ୍ରୀବାହୀ ବସ୍ଗୁଡ଼ିକ ଚଳାଚଳରେ ବାଧାପ୍ରାପ୍ତ ହୋଇଛି। ରାଜ୍ୟର ଅନେକ ସ୍ଥାନରେ ବସ୍ଷ୍ଟାଣ୍ଡରୁ ବସ୍ ବାହାରୁଛି ସତ, କିନ୍ତୁ ଆଗକୁ ବଢ଼ିପାରୁ ନାହିଁ। ଅର୍ଥାତ ଅଧବାଟରେ ଅଟକିଯାଉଛି। ଫଳରେ ନିୟମିତ ଭାବେ ବସ୍ରେ ଯିବାଆସିବା କରୁଥିବା ଯାତ୍ରୀମାନେ ଘୋର ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ବିଶେଷ ଭାବରେ ମହିଳା କର୍ମୀମାନେ ନିଜନିଜ କାର୍ଯ୍ୟାଳୟକୁ ଯିବା ପାଇଁ ଯାତ୍ରୀବାହୀ ବସ୍ ଉପରେ ନିର୍ଭର କରୁଥିବାରୁ ଘୋର ଅସୁବିଧାର ସାମ୍ନା କରୁଛନ୍ତି। ଅନ୍ୟପଟରେ କିଛି ସ୍ଥାନରେ ବସ୍ ଚାଲୁଛି, କିନ୍ତୁ ଏଥିରେ ଯାତ୍ରୀ ନାହିଁ।