ପୋଷ୍ଟ ଅଫିସରେ ନିବେଶ କରିବା ସବୁଠୁ ସୁରକ୍ଷିତ ହୋଇଥାଏ। ଏଥିପାଇଁ ପ୍ରତ୍ୟେକ ଲୋକ ଅନ୍ୟ ସବୁ ଅପେକ୍ଷା ପୋଷ୍ଟ ଅଫିସକୁ ବେଶି ବିଶ୍ୱାସ କରିଥାନ୍ତି। କେନ୍ଦ୍ର ସରକାର ଅଧିନସ୍ଥ କାର୍ଯ୍ୟ କରୁଥିବା ଏହି ବିଭାଗ ସେଫ୍ଟି ସହିତ ଭଲ ରିଟର୍ଣ୍ଣ ରାଶି ମଧ୍ୟ ପ୍ରଦାନ କରେ। ପୋଷ୍ଟ ଅଫିସ୍ରେ RD କଲେ ଆପଣଙ୍କୁ ଅତି କମ୍ରେ ୫.୮ ହାରରେ ସୁଧ ମିଳିବ । ସବୁଠାରୁ ବଡ଼ କଥା ହେଲା, ସରକାର ପ୍ରତି ୩ ମାସରେ ଏହାର ସୁଧ ହାର ନିର୍ଣ୍ଣୟ କରନ୍ତି ।
ସମସ୍ତେ ଟଙ୍କା ରୋଜଗାର କରିବା ସହ ଧନୀ ହେବାର ସ୍ୱପ୍ନ ମଧ୍ୟ ଦେଖୁଛନ୍ତି। କିନ୍ତୁ ଧନୀ ହେବାର ସମସ୍ତଙ୍କର ସ୍ୱପ୍ନ ପୂରଣ ହୋଇନଥାଏ । ଯଦି ଆପଣ ଟଙ୍କା ରୋଜଗାର ସହିତ ଏହାକୁ ସଠିକ୍ ସ୍ଥାନରେ ବିନିଯୋଗ କରନ୍ତି, ତେବେ ଆପଣଙ୍କୁ ଧନୀ ହେବାରୁ କେହି ଅଟକାଇ ପାରିବେ ନାହିଁ । କିନ୍ତୁ ବିନିଯୋଗ ପୂର୍ବରୁ, ଆପଣ ଜାଣିବା ଉଚିତ୍ କେଉଁ ଯୋଜନା ଆପଣଙ୍କୁ ଭଲ ରିଟର୍ଣ୍ଣ ଦେବ।ପୋଷ୍ଟ ଅଫିସ୍ ହେଉଛି ଏକ ମାତ୍ର ବିଭାଗ, ଯେଉଁଠି ମଧ୍ୟବିତ୍ତ ଶ୍ରେଣୀର ଚାକିରିଆ ଲୋକେ ନିଜର ପୁଞ୍ଜି ନିବେଶ କରିବାକୁ ଆଗ୍ରହ ପ୍ରକାଶ କରନ୍ତି । କାରଣ ପୋଷ୍ଟ ଅଫିସର ଏମିତି କିଛି ସ୍କିମ୍ ରହିଛି ବା ପଲିସି ରହିଛି ଯେଉଁଥିରେ ମଧ୍ୟବିତ ଶ୍ରେଣୀର ଲୋକେ ଭଲ ଲାଭ ପାଇ ପାରିବେ । ପୋଷ୍ଟ ଅଫିସ୍ର ଏଭଳି ଗୋଟିଏ କି ଦୁଇଟି ନୁହେଁ ଏକାଧିକ ସ୍କିମ୍ ରହିଛି ଯେଉଁଥିରେ ନିବେଶକଙ୍କୁ ଭଲ ରିଟର୍ଣ୍ଣ ମିଳିଥାଏ । ପୋଷ୍ଟ ଅଫିସ ଭଳି ରିଟର୍ଣ୍ଣ ସାଧାରଣତଃ କୌଣସି ବ୍ୟାଙ୍କ ଦେଇପାରିନଥାଏ ।ପୋଷ୍ଟ ଅଫିସ୍ରେ RD ଆକାଉଣ୍ଟ ରୁ ଅନେକ ଲାଭ ମିଲିଥାଏ । ୧୦ ବର୍ଷରୁ ଅଧିକ ବୟସ୍କ ପ୍ରତ୍ୟେକ ଲୋକ ପୋଷ୍ଟ ଅଫିସ୍ରେ ଅତି ସହଜରେ RD ଖୋଲିପାରିବେ । ମାସିକ ମାତ୍ର ୧୦୦ ଟଙ୍କା ଦେଇ ଆପଣ ଏଠାରେ RD ଆରମ୍ଭ କରିପାରିବେ । ପୋଷ୍ଟ ଅଫିସ୍ରେ RD କଲେ ଆପଣଙ୍କୁ ଅତି କମ୍ରେ ୫.୮ ପ୍ରତି ସୁଧ ମିଳିବ । ସବୁଠାରୁ ବଡ଼ କଥା ହେଲା, ସରକାର ପ୍ରତି ୩ ମାସରେ ଏହାର ସୁଧ ହାର ନିର୍ଣ୍ଣୟ କରନ୍ତି । ପୋଷ୍ଟ ଅଫିସ୍ରେ ୫ ବର୍ଷ କିମ୍ବା ୬୦ ମାସ ହେଉଛି ଯେକୌଣସି ଆକାଉଣ୍ଟର ମାଚ୍ୟୁରିଟି ସମୟ । ତେବେ ଆକାଉଣ୍ଟ ଖୋଲି ଡିପୋଜିଟ୍ କରିବାର ମାତ୍ର ବଷର୍କ ପରେ ମଧ୍ୟ ଜଣେ ଗ୍ରାହକ ଚାହିଁଲେ ୫୦%ଟଙ୍କା ଉଠାଇପାରିବ ।
ଖାଲି ସେତିକି ନୁହେଁ ଡିପୋଜିଟର ଚାହିଁଲେ ୫୦ ପ୍ରତିଶତର ଲୋନ୍ ମଧ୍ୟ ନେବାର ବ୍ୟବସ୍ଥା ରହିଛି । ସବୁଠାରୁ ବଡ଼ କଥା ହେଲା, ପୋଷ୍ଟ ଅଫିସ୍ରେ RD କରିବା ଦ୍ୱାରା ଆପଣଙ୍କ ମୂଳ ଟଙ୍କା ସୁରକ୍ଷିତ ରହିବ ଏବଂ ସମୟ ଅନୁସାରେ ଭଲ ସୁଧ ମିଳିବ । ତେବେ ପୋଷ୍ଟ ଅଫିସ୍ର ଏକ ଭଲ ସ୍କିମ୍ ହେଲା, ମାସିକ ୧୦ ହଜାର ବା ଦିନକୁ ୩୩୩ ଟଙ୍କା ଡିପୋଜିଟ୍ କରିଲେ ୫.୮ ପ୍ରତିଶତ ସୁଧହାର ହିସାବରେ ଆପଣଙ୍କୁ ମାତ୍ର ୧୦ ବର୍ଷରେ ୧୬ ଲକ୍ଷ ଟଙ୍କା ରିଟର୍ଣ୍ଣ ମିଳିବ । ଏଥିରେ ଦିନକୁ ୩୩୩ ଟଙ୍କା ହିସାବରେ ୧୦ ବର୍ଷରେ ଆପଣଙ୍କୁ ୧୨ ଲକ୍ଷ ଟଙ୍କା ଡିପୋଜିଟ୍ କରିବାକୁ ପଡ଼ିବ । ଆଉ ଏହି ନିବେଶ ପରେ ଆପଣ ୧୦ ବର୍ଷ ଶେଷ ହେଲେ ପାଇବେ ଅଧିକ ୪.୨୬ ଲକ୍ଷ ଟଙ୍କା । ଅର୍ଥାତ ଆପଣଙ୍କୁ ମିଳିବ ୧୬.୨୬ ଲକ୍ଷ ଟଙ୍କା । ଚକ୍ରବତ୍ତୀର୍ ସୁଧ ପ୍ରତି ୩ ମାସରେ ଥରେ ହିସାବ କରାଯାଇଥାଏ । ଯେଉଁମାନେ ସ୍ୱଳ୍ପ ପରିମାଣର ଡିପୋଜିଟ କରୁଛନ୍ତି ଏବଂ କମ୍ ସମୟ ପାଇଁ ଟଙ୍କା ରଖୁଛନ୍ତି ସେମାନଙ୍କ ପାଇଁ ପୋଷ୍ଟ ଅଫିସ୍ର ସ୍କିମ୍ ଗୁଡ଼ିକ ଭଲ ଫାଇଦା ଦେଇନପାରେ ।