ଖେଲୋ ଇଣ୍ଡିଆ ୟୁଥ୍ ଗେମ୍ସରେ ପଦକ ବିଜେତାଙ୍କୁ ସମ୍ବର୍ଦ୍ଧିତ କଲା କ୍ରୀଡା ବିଭାଗ

Share this :

ଭୁବନେଶ୍ବର: ଓଡ଼ିଶା ପାଇଁ ନିକଟରେ ଗର୍ବ ଓ ଗୌରବ ଆଣିଥିବା ଖେଳାଳିମାନଙ୍କୁ ରାଜ୍ୟ ସରକାର ୧ କୋଟି ୮୫ ଲକ୍ଷ ୨୨ ହଜାର ୫୦ ଟଙ୍କା ପ୍ରଦାନ କରି ସମ୍ବର୍ଦ୍ଧିତ କରିଛନ୍ତି। ମଧ୍ୟପ୍ରଦେଶରେ ଚଳିତ ମାସରେ ଅନୁଷ୍ଠିତ ଖେଲୋ ଇଣ୍ଡିଆ ଯୁବ କ୍ରୀଡ଼ାରେ ଓଡ଼ିଶା ୧୧ ସ୍ବର୍ଣ୍ଣ, ୮ ରୌପ୍ୟ ଓ ୧୧ କାଂସ୍ୟ ସହ ମୋଟ ୩୦ ପଦକ ଜିତିଥିଲା। ସରକାରଙ୍କ ପକ୍ଷରୁ ସ୍ବର୍ଣ୍ଣ ବିଜେତାଙ୍କୁ ୧ ଲକ୍ଷ, ରୌପ୍ୟ ବିଜେତାଙ୍କୁ ୭୫,୦୦୦ ଏବଂ ‌କାଂସ୍ୟ ପଦକ ହାସଲକାରୀଙ୍କୁ ୫୦,୦୦୦ ଟଙ୍କା ଲେଖାଏଁ ପ୍ରଦାନ କରିଛନ୍ତି। କାୟାକିଂ ଓ କାନୋଇଂରୁ ସର୍ବାଧିକ ୭ ପଦକ ମିଳିଥିବାରୁ ଏହାର କ୍ରୀଡ଼ାବିତ୍‌ଙ୍କୁ ସର୍ବାଧିକ ରାଶି ମିଳିଛି। ଏହା ମଧ୍ୟ ବ୍ୟକ୍ତିଗତ ଓ ଦଳଗତ ବର୍ଗରେ ସମାନ ରାଶି ପ୍ରଦାନ କରାଯାଇଛି। ସେହିଭଳି ନିକଟରେ ଅନ୍ୟ ଜାତୀୟ ଓ ଅନ୍ତର୍ଜାତୀୟ ଇଭେଣ୍ଟରେ ପଦକ ବିଜେତାଙ୍କୁ ମଧ୍ୟ ସରକାର ପୁରସ୍କାର ରାଶି ସହ ସମ୍ମାନିତ କରିଛନ୍ତି। ବିଶ୍ବ ପାରା ବ୍ୟାଡମିଣ୍ଟନ୍ ପ୍ରତିଯୋଗିତାରୁ ବ୍ୟକ୍ତିଗତ ସ୍ବର୍ଣ୍ଣ ଓ ଦଳଗତ ରୌପ୍ୟ ପଦକ ଜିତିଥିବାରୁ ପ୍ରମୋଦ ଭଗତଙ୍କୁ ୨୭ ଲକ୍ଷ ଟଙ୍କା, ଡବଲ୍ୟୁଏଏସ୍‌ ବିଶ୍ବ କ୍ରୀଡ଼ାରୁ ୩ ପଦକ ଜିତିଥିବା ପାରା ଆଥଲେଟ୍ ଜୟନ୍ତୀ ବେହେରାଙ୍କୁ ୫୪ ଲକ୍ଷ, ଏସୀୟ ଯୁବ ଦୌଡ଼କୁଦରୁ ଯୁଗଳ ସଫଳତା ପାଇଥିବା ସବିତା ଟୋପ୍ପୋଙ୍କୁ ୨ ଲକ୍ଷ ୯୨ ହଜାର ଟଙ୍କା ପ୍ରଦାନ କରାଯାଇଛି।Image

ହକି ତାରକା ଦୀପସାନ୍ ତିର୍କି, ନୀଲମ ସଂଜୀପ ‌ଖେସ୍‌ଙ୍କୁ ୩.୭୫ ଲକ୍ଷ ଲେଖାଏଁ ଏବଂ ବୀରେନ୍ଦ୍ର ଲାକ୍ରା-ଅଭିଷେକ ଲାକ୍ରାଙ୍କୁ ୨.୫ ଲକ୍ଷ ଲେଖାଏଁ, ଶୀଳାନନ୍ଦ ଲାକ୍ରାଙ୍କୁ ୧.୨୫ ଲକ୍ଷ ଟଙ୍କାର ପୁରସ୍କାର ରାଶି ମିଳିଛି। ଚେସ୍ ରାଣୀ ସାଇନା ସଲୋନିକା, ବଂଧୁକଚାଳିକା ଶ୍ରିୟଙ୍କା ଷଡ଼ଙ୍ଗୀ, ସାଇକ୍ଲିଷ୍ଟ ସ୍ବସ୍ତି ସିଂହ, ଜାତୀୟ ବରିଷ୍ଠ ମହିଳା ଖୋ ଖୋ ଦଳ, ଜାତୀୟ କନିଷ୍ଠ ଦୌଡ଼କୁଦ ପଦକ ବିଜେତାଙ୍କୁ ମଧ୍ୟ ପୁରସ୍କୃତ କରାଯାଇଥିଲା। ପୁରସ୍କାର ବିତରଣ ଉତ୍ସବରେ କ୍ରୀଡ଼ାମନ୍ତ୍ରୀ ତୁଷାରକାନ୍ତି ବେହେରା, ହକି ପ୍ରମୋସନ କାଉନସିଲ୍ ଅଫ୍‌ ଓଡ଼ିଶାର ଅଧ୍ୟକ୍ଷ ତଥା ହକି ଇଣ୍ଡିଆ ସଭାପତି ଦିଲୀପ ତିର୍କି, ଓଡ଼ିଶା ସରକାରଙ୍କ ଯୁଗ୍ମ ସଚିବ ଶୈଳେନ୍ଦ୍ର ଜେନା ଅତିଥି ଥିବାବେଳେ ପ୍ରଶିକ୍ଷକ, ଖେଳାଳିଙ୍କ ପରିବାର, କ୍ରୀଡ଼ା ବିଭାଗ ଅଧିକାରୀମାନେ ଉପସ୍ଥିତ ଥିଲେ।

Share this :

Leave a Reply

Your email address will not be published. Required fields are marked *