ଭାରତ ବିପକ୍ଷ ତୃତୀୟ ଟେଷ୍ଟ ଖେଳିବେନି ଅଧିନାୟକ କମିନ୍ସ, ଏହି ଖେଳାଳି ନେବେ ନେତୃତ୍ୱ

Share this :

ଭାରତ ବିପକ୍ଷ ବର୍ଡର-ଗାଭାସ୍କର ଟ୍ରଫି ଟେଷ୍ଟ ସିରିଜର ତୃତୀୟ ମ୍ୟାଚ୍ ପୂର୍ବରୁ ଅଷ୍ଟ୍ରେଲିଆକୁ ଲାଗିଲା ବଡ ଝଟକା । ମାର୍ଚ୍ଚ ୧ରୁ ଆରମ୍ଭ ହେବାକୁ ଥିବା ତୃତୀୟ ଟେଷ୍ଟ ମ୍ୟାଚରେ ଖେଳିବେନି ଅଷ୍ଟ୍ରେଲିଆର ଅଧିନାୟକ ପ୍ୟାଟ କମିନ୍ସ। ଦ୍ୱିତୀୟ ଟେଷ୍ଟ ପରେ ତୁରନ୍ତ ଅଷ୍ଟ୍ରେଲିଆ ଫେରି ଯାଇଥିବା କମିନ୍ସଙ୍କ ମାଙ୍କ ଦେହ ଖରାପ ଅଛି। ତେଣୁ ତୃତୀୟ ଟେଷ୍ଟ ମ୍ୟାଚ ପାଇଁ ଭାରତ ଆସିପାରିବେ ନାହିଁ କମିନ୍ସ । ତାଙ୍କ ବଦଳରେ ଟିମର ଅଧିନାୟକ ଦାୟିତ୍ୱ ନେବେ ଷ୍ଟିଭ ସ୍ମିଥ ।Pat Cummins

ଭାରତ ବିପକ୍ଷ ଦ୍ୱିତୀୟ ଟେଷ୍ଟ ସମୟରେ କମିନ୍ସଙ୍କ ପାଖରେ ମା’ଙ୍କ ଅସୁସ୍ଥତା ନେଇ ଖବର ପହଞ୍ଚିଥିଲା। ଦ୍ୱିତୀୟ ଟେଷ୍ଟ ମ୍ୟାଚ ସରିବା ପରେ କମିନ୍ସ ସିଡନୀ ଅଭିମୁଖେ ଉଡାଣ ଭରିଥିଲେ । ପୂର୍ବରୁ କୁହାଯାଉଥିଲା ଯେ ସେ ମାର୍ଚ୍ଚ ୧ରୁ ଆରମ୍ଭ ହେଉଥିବା ତୃତୀୟ ଟେଷ୍ଟ ବେଳକୁ ଭାରତ ଫେରି ଆସିବେ। ହେଲେ ଏବେ ମା’ ସୁସ୍ଥ ହୋଇନଥିବା ଯୋଗୁଁ କମିନ୍ସ ଭାରତ ଫେରିବେ ନାହିଁ କି ତୃତୀୟ ଟେଷ୍ଟ ମ୍ୟାଚ୍‌ ଖେଳିବେ ତାହିଁ ।

କମିନ୍ସ କହିଛନ୍ତି, ଏହି ସମୟରେ ଭାରତ ଫେରିବା ମୋ ପକ୍ଷେ ସମ୍ଭବ ନୁହେଁ। ମୁଁ ଭାବୁଛି ମୋ ପରିବାର ସହ ସମୟ ବିତାଇବା ଭଲ ହେବ। କ୍ରିକେଟ ଅଷ୍ଟ୍ରେଲିଆ ଓ ମୋ ସାଥୀ ଖେଳାଳିଙ୍କ ସମର୍ଥନ ପାଇଁ ମୁଁ କୃତଜ୍ଞତା ଜଣାଉଛି। ସେମାନେ ସବୁ କିଛି ବୁଝି ପାରିଥିବାରୁ ଧନ୍ୟବାଦ।”

ବଲ ଟାମ୍ପରିଂ ମାମଲାରେ ଫସିଥିବା ଷ୍ଟିଭ ସ୍ମିଥ ଅଷ୍ଟ୍ରେଲିଆ ଦଳର ଅଧିନାୟକ ପଦ ହରାଇଥିଲେ। ହେଲେ ଏହି ଘଟଣାକୁ ଅନେକ ବର୍ଷ ବିତି ଯାଇଥିବାରୁ କ୍ରିକେଟ ଅଷ୍ଟ୍ରେଲିଆ ମଧ୍ୟ ତାଙ୍କ ଉପରୁ ବ୍ୟାନ ହଟାଇ ଦେଇଛି।

ସ୍ମିଥ ୨୦୧୪ ଏବଂ ୨୦୧୮ ମଧ୍ୟରେ ୩୪ ଟେଷ୍ଟ ମ୍ୟାଚରେ ଟିମର ଅଧିନାୟକ ରହିଥିଲେ । ୨୦୧୭ରେ ଅଷ୍ଟ୍ରେଲିଆ ମଧ୍ୟ ଭାରତ ଗସ୍ତ କରିଥିଲା। ସେତେବେଳେ ସ୍ମିଥ ୩ଟି ଶତକ କରିଥିଲେ । ହେଲେ ଏବେ ସ୍ମିଥଙ୍କ ପ୍ରଦର୍ଶନ ନୈରାଶ୍ୟଜନକ ରହିଛି । ତେବେ କମିନ୍ସ ଚତୁର୍ଥ ମ୍ୟାଚ ବେଳକୁ ଭାରତ ଫେରିବେ କି ନାହିଁ, ତାହା ପରେ ଜଣାପଡିଛି ।

ଭାରତ ୪ଟି ଟେଷ୍ଟ ମ୍ୟାଚ୍‌ ସିରିଜରେ ୨-୦ରେ ଆଗୁଆ ରହିଛି। ପ୍ରଥମ ଟେଷ୍ଟ ମ୍ୟାଚ୍‌ ଇନିଂସ ବିଜୟ ସହିତ ୧୩୨ ରନରେ କଙ୍ଗାରୁ ଦଳକୁ ହରାଇଥିଲା ଭାରତ । ଦ୍ୱିତୀୟ ଟେଷ୍ଟରେ ମଧ୍ୟ ୬ ଓ୍ଵିକେଟରେ ଜିତିଥିଲା । ତେବେ ୨ଟି ଯାକ ମ୍ୟାଚ୍‌ ହାରିବା ପରେ ଟିମ୍‌ ସଦସ୍ୟ ଉପରେ ବର୍ଷିଥିଲେ ଅଧିନାୟକ ପ୍ୟାଟ୍‌ କେମିନ୍ସ ।

Share this :

Leave a Reply

Your email address will not be published. Required fields are marked *