ହୋଣ୍ଡା ମୋଟରସାଇକଲ୍ ଆଣ୍ଡ୍ ସ୍କୁଟର୍ ଇଣ୍ଡିଆ ପକ୍ଷରୁ ଓବିଡି୨ବି ନିୟମ ପାଳନ କରୁଥିବା ୨୦୨୩ ହାଇନେସ୍ ସିବି୩୫୦ ଓ ସିବି୩୫୦ଆର୍ଏସ୍କୁ ଉନ୍ମୋଚନ କରାଯାଇଛି। ଏହି ନୂଆ ମୋଟରସାଇକଲ୍ ମାର୍ଚ୍ଚ ଶେଷ ସୁଦ୍ଧା ସାରା ଭାରତରେ ଥିବା ବିଗ୍ୱିଙ୍ଗ୍ ଡିଲରସିପ୍ରେ ଉପଲବ୍ଧ ହେବ। ଇନେସ୍ ସିବି୩୫୦ର ମୂଲ୍ୟ ୨୦୯,୮୫୭ ଟଙ୍କାରୁ ଆରମ୍ଭ ହୋଇଥିବା ବେଳେ ୨୦୨୩ ସିବି୩୫୦ଆର୍ଏସ୍ର ମୂଲ୍ୟ ୨୧୪,୮୫୬ ଟଙ୍କା ରହିଛି । ସିବି୩୫୦ ଗ୍ରାହକମାନଙ୍କ ଲାଗି ଏଚ୍ଏମ୍ଏସ୍ଆଇ ପକ୍ଷରୁ ମାଇ ସିବି, ମାଇ ୱେ ନାମକ ନୂଆ କଷ୍ଟମାଇଜେସନ୍ ସେକ୍ସନ୍ର ମଧ୍ୟ ଆରମ୍ଭ କରାଯାଇଛି ।
ହୋଣ୍ଡା ଅସଲି ଆକ୍ସେସୋରି ଭାବେ ବିକ୍ରି ହେବାକୁ ଥିବା ଏହି କଷ୍ଟମ୍ କିଟ୍ ୨୦୨୩ ମାର୍ଚ୍ଚ ଶେଷ ସୁଦ୍ଧା ବିଗ୍ୱିଙ୍ଗ୍ ଡିଲରସିପ୍ରେ ଉପଲବ୍ଧ ହେବ। କଂପାନିର ସିଇଓ ଆତସୁସି ଓଗାତା ଓ ଅପରେଟିଂ ଅଫିସର-ପ୍ରିମିୟମ୍ ମୋଟରସାଇକଲ୍ ବ୍ୟବସାୟ ପି ରାଜାଗୋପୀ ନୂଆ ବାଇକ୍କୁ ନେଇ ଉତ୍ସାହ ପ୍ରକଟ କରିଛନ୍ତି। ଏହି ଦୁଇ ମୋଟରସାଇକଲ୍ର ବୁକିଂ ସମସ୍ତ ହୋଣ୍ଡା ବିଗ୍ୱିଙ୍ଗ୍ ଡିଲରସିପ୍ ଓ କଂପାନିର ଅଫିସିଆଲ୍ ୱେବସାଇଟ୍ରେ ଆରମ୍ଭ ହୋଇଛି। ମୋଟରସାଇକଲ୍ରେ ଶକ୍ତିଶାଳୀ ୩୫୦ ସିସି ୪ ଷ୍ଟ୍ରୋକ୍ ଓଏଚ୍ସି ସିଙ୍ଗଲ ସିଲିଣ୍ଡର ଇଞ୍ଜିନ, ଆସିଷ୍ଟ୍ ଆଣ୍ଡ୍ ସ୍ଲିପ୍ କ୍ଲଚ୍, ଉନ୍ନତ ଡିଜିଟାଲ୍ ଆନାଲୋଗ ମିଟର, ହୋଣ୍ଡା ସିଲେକ୍ଟେବଲ୍ ଟର୍କ କଂଟ୍ରୋଲ୍, ହୋଣ୍ଡା ସ୍ମାର୍ଟଫୋନ୍ ଭଏସ୍ କଂଟ୍ରୋଲ୍ ସିଷ୍ଟମ୍, ଇଞ୍ଜିନ ଷ୍ଟପ୍ ସିଗ୍ନାଲ୍ ଆଦି ସୁବିଧା ରହିଛି।