ସ୍ପେସିଆଲ ଓଡ଼ିଆ ଦହି ଲସି

Share this :

ଖରାଦିନ ଆସିବା ମାତ୍ରେ ଲୋକମାନେ ଦହିକୁ ଅଧିକ ବ୍ୟବହାର କରିଥାନ୍ତି। ଦହି ଖାଇବା ଦ୍ୱାରା ଶରୀରରେ ଜଳୀୟାଂଶ ଅଭାବ ପରିଲକ୍ଷିତ ହୋଇନଥାଏ। ଏହା ଶରୀରକୁ ମଧ୍ୟ ଥଣ୍ଡା ରଖିଥାଏ। ଏହି କାରଣରୁ ଲୋକମାନେ ଖରାଦିନେ ଦହିର ସରବତ ବନାଇ ପିଇଥା’ନ୍ତି। ତେବେ ଯଦି ଆପଣ ବି ଖରାଦିନେ ଦହିର କିଛି ପାନୀୟ ତିଆରି କରିବାକୁ ଚାହୁଁଥାନ୍ତି, ତେବେ ଲସି ହେଉଛି ସବୁଠୁ ଭଲ ବିକଳ୍ପ। ଆସନ୍ତୁ ଜାଣିବା ଦହି ଲସିର ପ୍ରସ୍ତୁତି ପ୍ରଣାଳୀ…

ଆବଶ୍ୟକ ସାମଗ୍ରୀ: ଚିନି, ବରଫ, ମିଲ୍କ ମେଡ୍, ଦହି, ବନଭିଟା ପାଉଡର, ନଡ଼ିଆ କୋରା, ଚକଲେଟ୍‌ ସିରଫ,  ପିସ୍ତା, କାଜୁ ଓ ଲିଚି

ଘରେ ପ୍ରସ୍ତୁତ କରନ୍ତୁ ରାଜସ୍ଥାନୀ ମଖନିଆ ଲସି - Odisha Reporter

ପ୍ରସ୍ତୁତି ପ୍ରଣାଳୀ:  ପ୍ରଥମେ କିଛି  ଚିନି ଓ ବରଫକୁ ଗ୍ରାଇଣ୍ଡିଂ କରି ଦିଅନ୍ତୁ। ପରେ ସେଥିରେ ଦହି ଓ ଓ ମିଲ୍କ ମେଡ୍ ପକାଇ  ଗ୍ରାଇଣ୍ଡିଂ କରି ଦିଅନ୍ତୁ।

ପରେ ତାକୁ ଏକ ଗ୍ଲାସରେ ଢାଳି ଦିଅନ୍ତୁ।  ଲସିକୁ ସଜାଇବାକୁ   ତା’ ଉପରେ  ବନଭିଟା ପାଉଡର ପକାଇ ଦିଅନ୍ତୁ।  ପରେ ସେଥିରେ ନଡ଼ିଆ କୋରା, ମିଲ୍କ ମେଡ୍, ଚକଲେଟ୍‌ ସିରଫ,  ପିସ୍ତା, କାଜୁ, ଓ ଲିଚି ଦେଇ ସଜାଇ ଦିଅନ୍ତୁ। ପ୍ରସ୍ତୁତ ହୋଇଗଲା ଦହି ଲସି।

Share this :

Leave a Reply

Your email address will not be published. Required fields are marked *