ଛାତି ଯନ୍ତ୍ରଣାର ସମାଧାନ

Share this :

ଛାତି ଭିତରେ ଥିବା ବିଭିନ୍ନ ଅଙ୍ଗ, ଯଥା- ହୃତ୍ପିଣ୍ଡ, ଫୁସଫୁସ୍, ମାଂସପେଶୀ, ଲସିକା ଗ୍ରନ୍ଥି, ଧମନୀ, ଶିରାରେ କିଛି ସମସ୍ୟା ହେଲେ ଛାତି ଯନ୍ତ୍ରଣା ହୁଏ। ନଚେତ ପାକସ୍ଥଳୀରେ ଘା’ (ପେପ୍ଟିକ ଅଲ୍ସର), ପ୍ରଦାହ (ପାକସ୍ଥଳୀ କର୍କଟ), ଖାଦ୍ୟନଳୀ‌େର ଘା’, କର୍କଟ, ରିଫ୍ଲକ୍ସ (ଗ୍ୟାଷ୍ଟ୍ରୋ ଇସୋଫିଜିଆଲ ରିଫ୍ଲକ୍ସ), ଶ୍ବାସ, କାଶ, ନିମୋନିଆ, କାର୍ଡିଓମାଓପାଥି, ହାର୍ଟ ଭାଲ୍ଭର ରୋଗ, ମାନସିକ ଉଦ୍ବେଳନ, ହୃତ୍ପିଣ୍ଡ ଓ ଫୁସ୍ଫୁସ ପରଦାର ରୋଗ ଆଦି ଯୋଗୁ ଛାତିରେ ଯନ୍ତ୍ରଣା ହୋଇଥାଏ। ଖାଉଥିବା ବେଳେ ଖାଦ୍ୟନଳୀରେ ଖାଦ୍ୟ ଅଟକିଗଲେ, ଦୁର୍ଘଟଣା ଯୋଗୁ ଛାତିରେ ମାଡ ହେଲେ ମଧ୍ୟ ଯନ୍ତ୍ରଣା ହେବା ସ୍ବାଭାବିକ।
ଯେଉଁମାନଙ୍କର ଛାତିପୋଡା ରୋଗ ଅଛି ସେମାନେ ଖାଇବା ପରେ ଦୁଇଘଣ୍ଟା ପର‌୍ୟ୍ୟନ୍ତ ଶୋଇବା ଅନୁଚିତ। ଚର୍ବିଯୁକ୍ତ ଖାଦ୍ୟ, ଚକୋଲେଟ୍, କମଳା, କାଗେଜିଲେମ୍ବୁ ଖାଇବା ବି ଭଲ ନୁହେଁ। ଏହି ସମସ୍ୟାରେ ତୁଟୁକା ଚିକିତ୍ସା ଭାବେ ତିନୋଟି ତ୍ରିଶାଖା ବେଲପତ୍ର ଓ ଗୋଲମରିଚ ବାଟି ପିଇବା, ତ୍ରିଫଳା ଚୂର୍ଣ୍ଣ ଖାଇବା ଆଦି ଉପକାର ଦେଇଥାଏ। ଆଣ୍ଟାସିଡ୍, ରାନିଟିଡିନ୍ କିମ୍ବା ଓମିପ୍ରା‌େଜାଲ ବଟିକା ଖିଆଯାଇପାରେ। ଏହା ଦୀର୍ଘଦିନ ଧରି ପେଟ ପୋଡା ଯୋଗୁ ହେଉଥିବା ଛାତି ସମସ୍ୟାରୁ ସୁରକ୍ଷା ଦିଏ। ଏଥିରେ ଭଲ ନହେଲେ ଡାକ୍ତରୀ ପରାମର୍ଶ ଆବଶ୍ୟକ।Pain in Chest: Causes and Signs of a Medical Emergency
ବିଶେଷକରି ଅଧିକ ପରିଶ୍ରମ କିମ୍ବା ବ୍ୟାୟାମ କରିବା ବେଳେ ଛାତିରେ ଅଧିକ ଯନ୍ତ୍ରଣା ହେଲେ, ପାହାଚ ଚଢିବା ଓ ଦ୍ରୁତ ଗତିରେ ଚାଲିବା ସମୟରେ ଧଇଁସଇଁ ହେଲେ, ଛାତି ଯନ୍ତ୍ରଣା ଯୋଗୁ ସାଧାରଣ କାମ କରିପାରୁନଥିଲେ, ଶୋଇବା ବେଳେ ଅଣନିଃଶ୍ବାସୀ ଲାଗୁଥିଲେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ କରିବା ଉଚିତ। ଏହା ସହିତ ଯନ୍ତ୍ରଣା ବଢିଚାଲିଲେ, ଗମ୍ଗମ ହୋଇ ଝାଳ ବୋହିଲେ, ଶୀତଦିନେ କିମ୍ବା ଏସି ଘରେ ରହିବା ବେଳେ ବି ଏପରି ଝାଳ ବୋହିଲେ, ଶ୍ବାସକ୍ରିୟାରେ କଷ୍ଟ ହେବା, ଯନ୍ତ୍ରଣା ବାମହାତ, ବେକ, ମାଢି, ଡାହାଣ ହାତ ଓ ଛାତିକୁ ବ୍ୟାପୃତ ହେବା, ବାନ୍ତି ଲାଗିବା, ମୁଣ୍ଡ ଘୂରାଇବା, ମାନସିକ ଅସ୍ଥିରତା ହୋଇ ଦୁର୍ବଳ ଲାଗିବା, ଛାତିରେ ପଥର ଚାପିହେବା ପରି ଲାଗିବା ଆଦି କ୍ଷେତ୍ରରେ ହୃଦ୍ବିଶେଷଜ୍ଞଙ୍କ ସହ ତୁରନ୍ତ ପରାମର୍ଶ କରନ୍ତୁ। କାରଣ, ଏଗୁଡିକ ମୁଖ୍ୟତଃ ହୃଦ୍ଘାତ, ଫୁସ୍ଫୁସ୍ ଓ ଧମନୀରେ ରକ୍ତ ଜମାଟ ବାନ୍ଧି ଅଟକିଯିବା (ପଲମୁନାରୀ ଏମ୍ବୋଲିଜ୍ମ) ପରି ଗୁରୁତର ସମସ୍ୟାର ସୂଚକ ହୋଇଥାଏ। ଚାଳିଶ ବର୍ଷରୁ ଊର୍ଦ୍ଧ୍ବ ବୟସରେ ତଥା ପୂର୍ବରୁ ହୃଦ୍ଘାତ, ଉଚ୍ଚ ରକ୍ତଚାପ, ଡାଇବେଟିସ୍, କୋଲେ‌େଷ୍ଟରଲ ଅଧିକ ଥିବା ରୋଗୀ, ଅଧିକ ଧୂମପାନ କରୁଥିବା ତଥା ମୋଟାପାଗ୍ରସ୍ତ ମଣିଷଙ୍କ କ୍ଷେତ୍ରରେ ଏହି ଲକ୍ଷଣ ବିପଜ୍ଜନକ ହୋଇପାରେ। ପ୍ରାଥମିକ ଚିକିତ୍ସା ଭାବେ ଏହି ରୋଗୀ ଟିକାଗ୍ରେଲର ୯୦ ମିଲିଗ୍ରାମର ୨ଟି ବଟିକା, ଜଳରେ ଦ୍ରବୀଭୂତ ହେଉଥିବା ଆସ୍ପିରିନ୍ ଗୋଟିଏ ବଟିକାର ୩୭୫ ମିଲିଗ୍ରାମ ୧ଟି କିମ୍ବା ତା’ର ଅଧା ବଟିକା ଅଧାଗ୍ଲାସ ପାଣିରେ ଗୋଳାଇ ପିଇଦେବା ଉଚିତ। ଏହାଦ୍ବାରା ହୃଦ୍ଧମନୀରେ ରକ୍ତ ଜମାଟ ଦୂର ହୋଇ ହୃଦ୍ଘାତରୁ ସୁରକ୍ଷା ମିଳିଥାଏ। ସ୍ବାସ୍ଥ୍ୟ ପରୀକ୍ଷା, ଲାବୋରେଟୋରୀ ରକ୍ତ ପରୀକ୍ଷା, ଏକ୍ସ-ରେ, ସିଟିସ୍କାନ୍, ଏମ୍ଆର୍ଆଇ ସ୍କାନ୍, ଏଣ୍ଡୋସ୍କୋପି, ଅଲଟ୍ରାସାଉଣ୍ଡ ଆଦି ପରୀକ୍ଷା ଦ୍ବାରା ପ୍ରାୟ ସବୁପ୍ରକାର ଛାତି ଯନ୍ତ୍ରଣା ସହଜରେ ଧରାପଡିପାରେ।
ତେବେ ଛାତି ଯନ୍ତ୍ରଣାର ମୁଖ୍ୟ କାରଣ ହୃଦ୍ରୋଗ ହୋଇଥିବାରୁ ଆୟୁର୍ବେଦ ଚିକିତ୍ସାରେ ବି ଏଥିପାଇଁ ବହୁପ୍ରକାର ଔଷଧ ରହିଛି। ଚିନି, ଗୁଡ, ମିଠା, ଲୁଣ କମ୍ ଖାଇବା ତଥା ରସୁଣ, ହଳଦୀ, ଅଦା, ମେଥି ଆଦି ଖାଇବା କୋଲେଷ୍ଟେରୋଲ ଓ ଶର୍କରା ବୃଦ୍ଧିରୁ ସୁରକ୍ଷା ଦେଇଥାଏ। ଅଲଣା ଖାଇବା ଅଭ୍ୟାସ କରିବା ମଧ୍ୟ ଭଲ। ଏହା ବ୍ୟତୀତ ଅଶ୍ବଗନ୍ଧା, ଗୋଗୁଳ, ଶିଳାଜିତ୍, ଜିଙ୍କୋବିଲୋବା (ଜିନ୍ସେଙ୍ଗ ଚୀନା ଆୟୁର୍ବେଦୀୟ ଔଷଧ) ଆଦି ହୃତ୍ପିଣ୍ଡକୁ ସୁରକ୍ଷା ଦିଏ। ଶାରୀରିକ ପରିଶ୍ରମ, ବ୍ୟାୟାମ, ଜିମ୍ ଯିବା, ଯୋଗ, ପ୍ରାଣାୟାମ (ଅନୁଲୋମ-ବିଲୋମ, କପାଳଭାତି, ଭ୍ରାମରୀ) ତଥା ବିଭିନ୍ନ ଏରୋବିକ୍ ନୃତ୍ୟ ରକ୍ତ ସଞ୍ଚାଳନ ଠିକ୍ ରଖି ହୃତ୍ପିଣ୍ଡକୁ ସୁସ୍ଥ ରଖେ।

Share this :

Leave a Reply

Your email address will not be published. Required fields are marked *